Amiya Bej

Others

3  

Amiya Bej

Others

ବାଜେଝିଅ

ବାଜେଝିଅ

2 mins
14.8K


{୧}

ମୋର କିଛି ଅସୁବିଧା ନଥିଲା । ପୁଅମାନଙ୍କୁ କିଛି ଅଡୁଆ ନ ଥାଏ ବି । ସବୁଥିରେ ଅବାଧ ।

- "ଲିତୁ ! କଣ ରେଡ୍ଡି ?"

- "ନା ମଁ ! ଏ ମ୍ୟାଟ୍ରନ୍ ବୁଢ଼ୀର ଦୁନିଆ କେଁ !"

- "ଓଃ! ସିଟ୍ ।" 

- କାଇଁ ଏମିତି ହେଉଛ କହିଲ ?"

- "ମୁଡ୍ ବିଗାଡନି କହୁଛି ।"

- "ତୁମର ଏଇ ସେମିଷ୍ଟର୍ ବେଳେ କାଇଁ ମୁଡ୍ ହୁଏ ?"

- "ତୋର ଯେମିତି ହୁଏନି !"

- "ନାଇଁ ଯେ , ସତରେ 'ୟେ ମୌସମ୍ ବଡା ବେଇମାନ୍ ହେ' ଜାନୁ ।"

- "ସେଇତ । କିଛିଗୋଟେ କରନା ପ୍ଲିଜ୍ ।"

- "ରୁହ । ମୁଁ କିଛିଗୋଟେ ଡ୍ରାମା କରେ ।"

- "ଦ୍ୟାଟ୍ସ ଲାଇକ୍ ....."

{୨}

ପ୍ରେମକୁ ଆଜିକାଲି ଭୟଙ୍କର ପ୍ରେମ ବି କୁହାଯାଇପାରେ । ମା' ଦେହ ଖୁବ୍ ଖରାପ କହି , ଅଚିରେ ହଷ୍ଟେଲରୁ ବାହାରି ଆସିଲା ଲିତୁ । ଭୟଙ୍କରତା ହେଲା ଏୟା ।

ଲିତୁ କହେ - "ବିନା ଦେହରେ ପ୍ରେମ ଅପୂର୍ଣ୍ଣ !"

ବିଚାର ଉନ୍ମୁକ୍ତ ନ ଥିଲେ , ପ୍ରେମ ଅସ୍ଥାୟି ।"

ମୁଁ ଭାବେ ପ୍ରେମ କେଉଁ ଚିରସ୍ଥାୟୀ ଯେ ? ଭାବପ୍ରବଣତାକୁ ବିଛଣାରେ ଦେଖାଇପାରିଲେ , ସୁଖ

ଅଧିକା ।

ବିଛଣା ପ୍ରସ୍ତୁତ ଥିଲା ପୁରୀରେ । ଓଡ଼ିଶାରେ ପୁରୀ ଏକ ସହଜ ସୁଲଭ ଯାଗା । ସେଇଠି ଅଛି ସ୍ୱର୍ଗକୁ ଦ୍ୱାର , ଆଉ ନର୍କକୁ ବି । ଅଛି ବି ପାପ ଧୋଇବା ପାଇଁ ସମୁଦ୍ର । ଲିତୁ କହେ -

ପାପପୂଣ୍ୟ ବୋଲି ନ ଥାଏ କିଛି । ଏ ସଂସାରରେ ଯୋଗୀର ବି ଭୋଗ ଇଛାଟେ ଅବଦମିତ ହୋଇ

ଥାଏ । ସାଧାରଣ ମଣିଷ ତ ବିଚରାଟିଏ ।

ପୁରୀହୋଟେଲର ଦଶ ବାଇ ଦଶ ରୁମରେ ଆମ ପ୍ରେମର ପରୀକ୍ଷା ଚାଲିଥିଲା । କେ' କାହାକୁ କେତେ ଭଲପାଏ ! ବାସ୍ !

{୩}

ସନ୍ଧ୍ୟାରେ ବେଳାଭୂମି ଥିଲା ଅତ୍ୟନ୍ତ ପ୍ରସନ୍ନ । ସମୁଦ୍ରର ଗର୍ଜନ , ଲୋକଙ୍କ କୋଳାହଳ , ବୁଲା ବିକାଳିଙ୍କ ଜବରଦସ୍ତି ସବୁ ଆମକୁ ମନେହେଉଥିଲା ଶାନ୍ତ ସୁନ୍ଦର ।

ପ୍ରସନ୍ନ ନାରୀ ପ୍ରଗଳ୍ଭ ହୋଇଯାଏ । ଅନେକ୍ ଆବୁରୁଜାବୁରୁ କଥାପେଡି ଖୋଲି , ଲିତୁ ଲୋଟି ପଡୁଥିଲା ଖୁସିରେ । 

କଥାର ଖିଅ ବଦଳାଇବାକୁ ଯାଇ ମୁଁ ପଚାରିଦେଲି 

- "ଆଛା ! ତୁମ ହଷ୍ଟେଲର ସେ ଫାଷ୍ଟ ଇୟରର ନେହା କେମିତିକା ଝିଅ ?"

- "କାଇଁ ? କ'ଣ ହେଲାକି ?"

- "ନା , ସେ ମୋତେ ଫ୍ରେଣ୍ଡ୍ ରିକ୍ୱୋଷ୍ଟ୍ ଦେଇଛି ତ ।"

- "ଓଃ! ଭାରି ଇଣ୍ଟ୍ରେଷ୍ଟ୍ ଦେଖୁଛି ?"

- "ନା ମଁ ! ସବୁବେଳେ ଗୋଟେ ଚିପାଚାପା ପ୍ରୋଫାଇଲରେ ରହୁଛି ତ !"

- "ବି କେୟାର୍ ଫୁଲ୍ ! ହ୍ୟାଣ୍ଡସମ୍ ପିଲା ଦେଖି , ଗିଳି ପକାଇବାର ମୁଡ୍ ରେ ଥାଏ ସବୁବେଳେ ସେ।"

- "ହ୍ୱାର୍ଟ ?"

- "ୟେସ୍ ! ନିହାତି ବାଜେଝିଅ ସେଟା ।"

- "ଓଃ!"

ସୂର୍ଯ୍ୟ ସମୁଦ୍ର କୋଳରେ ବିଶ୍ରାମ ନେଇ ସାରିଥିଲେ । ମୁଁ କୋଳେଇ ନେଲି ବାଜେଝିଅକୁ । ତା' ସାମ୍ପୂକରା ବାଳରୁ କେମିତି ଗୋଟେ ମିଠା ବାସ୍ନା ଆସି ମୋତେ ଅଥୟ କରିପକାଉଥିଲା ...।

@ ଅମିୟ ବେଜ୍


Rate this content
Log in