STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଅନୁପଯୋଗୀ ସାଧନ

ଅନୁପଯୋଗୀ ସାଧନ

1 min
422

ଜହ୍ମମାମୁ (ଜୁନ୍ 2012)

ଅନୁପଯୋଗୀ ସାଧନ

     ଗୋଟିଏ ଠେକୁଆ ଏକ ପଥର ନିକଟକୁ ଆସି କହିଲା-“ଶୁଣିଛି, ତୁମେ ଭଲ ଦାନ୍ତ ତିଆରି କର, ମୋର ଦୁଇଟି ଦାନ୍ତ ତିଆରି କରିଦେବ। ”

     ପଥରଟି କହିଲା, “ ତୁମ ଦାନ୍ତ ତ ଠିକ୍ ଠାକ୍ ଅଛି ? ତୁମ ମୁହଁକୁ ଭଲ ମାନୁଛି।”

“ନା ମୋ ଦାନ୍ତ ଠିକ୍ ନାହିଁ। ମୋତେ ଆହୁରି ବଡ ବଡ ଦାନ୍ତ ଦରକାର, ଠିକ ସିଂହର ଦାନ୍ତ ପରି ବଡ ବଡ ଓ ଭୟଙ୍କର ହୋଇଥିବ। ” ଠେକୁଆଟି କହିଲା। “ଭୟଙ୍କର ଦାନ୍ତ କାହିଁକି ଦରକାର? ” ପଥରଟି ପଚାରିଲା।

“ଗଧିଆକୁ ଡରାଇବା ପାଇଁ। ମୋତେ ଭାରି ବିରକ୍ତ ଲାଗୁଛି। ବଣବିରାଡି, ବିଲୁଆ, ଗଧିଆ ଦେଖିଲେ ମୁଁ ଡରି ଲୁଚିଯାଉଛି। ବଡ ଦାନ୍ତ ଲଗାଇଲେ ମୋତେ ଦେଖି ଅନ୍ୟ ଜୀବଜନ୍ତୁ ଭୟକରି ପଳେଇବେ। ମୁଁ ସମସ୍ତଙ୍କୁ ଡରାଇ ପାରିବି। ମୁଁ ଚାହେଁ ସେମାନେ ମୋତେ ଦେଖିକରି ପଳାଇବେ।” ଠେକୁଆଟି କହିଲା। ପଥର ମନେ ମନେ ହସିଲା ଏବଂ ତା’ ମୁହଁରେ ଭୟଙ୍କର ଦାନ୍ତ ଲଗାଇ ଦେଲା।

       ଠେକୁଆଟି ଦର୍ପଣ ଦେଖି କହିଲା – “ବଢିଆ ହୋଇଛି ! ଏବେ ମୁଁ ଗଧିଆର ଖବର

ନେବି।” ସେ ଗଧିଆକୁ ଖୋଜିବାକୁ ଗଲା। କିଛି ଦୂର ଗଲା ପରେ ସେ ଗଧିଆକୁ ଦେଖିଲା। ଠେକୁଆ ଡରି ଡରି ପଥର ନିକଟକୁ ଆସିଲା। “ଆରେ ଭାଇ, ଏଇ ଦାନ୍ତ ନେଇଯାଅ। ଏହାଠାରୁ ଭୟଙ୍କର ଦାନ୍ତ ଲଗାଇ ପାରିବ କି?” ସେ ପଚାରିଲା।

       “ଦାନ୍ତ ବଦଳାଇବାକୁ ପଡିବ ନାହିଁ। ତୁମ ମନର ଡରକୁ ବାହାର କର, ଯେ ପର୍ଯ୍ୟନ୍ତ ମନକୁ ଟାଣ କରିବ ନାହିଁ, ସେ ପର୍ଯ୍ୟନ୍ତ ତୁମର ଅସୁବିଧା ଦୂର ହେବ ନାହିଁ।” ପଥରଟି କହିଲା। 


Rate this content
Log in