ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2.3  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଅହଂକାର

ଅହଂକାର

3 mins
408



ମନପବନ


ପ୍ରାଚୀନ କାଳର କଥା । ଗୋଟିଏ ରାଜ୍ୟର ଏକ ସମୁଦ୍ର ନୀକଟବର୍ତ୍ତୀ ସହରରେ ଜଣେ ଧନୀବ୍ୟକ୍ତି ବାସ କରୁଥିଲେ । ତାଙ୍କର ଅନେକ ଗୁଡିଏ ପୁଅ । ସବୁ ପିଲା ଗୁଡିକ ସାନ । ପିଲାମାନେ ଯାହା ଖାଆନ୍ତି ସେଥିରୁ କିଛି ବଳେ । ଘରର ଉପରେ ଏକ କୁଆ ରହୁଥାଏ । ସେ ସେହି ବଳିବା ଅଇଁଠା ଖାଦ୍ୟତକ ଖାଏ । ଅଇଁଠା ବଳିବା ଖାଦ୍ୟ ଖାଇ କୁଆଟା ବେଶ ବଳିଷ୍ଠ ଏବଂ ହୃଷ୍ଟପୃଷ୍ଠ ଦେଖାଯାଉଥାଏ । ନିଜର ଚେହେରା ଦେଖି ମନରେ ତାର ଗର୍ବ ଭାବନା ଆସିଥିଲା । ଅନ୍ୟ କୁଆ ମାନଙ୍କୁ କେବଳ ନୁହେଁ, ଯେ କୌଣସି ପକ୍ଷୀକୁ ଦେଖିଲେ ତାକୁ ତୁଚ୍ଛ ଲାଗିଲା । ଏପରିକି ସେମାନଙ୍କୁ ସେ ଅପମାନିତ କରିବାକୁ ପଛାଇଲା ନାହିଁ ।

     ଦିନକର କଥା ମାନସରୋବରରୁ କିଛି ରାଜହଂସ କୁଆଡେ ଯାଉଥିବା ଅବସ୍ଥାରେ ଆସି ସେଠାରେ ପହଞ୍ଚିଲେ । ସେମାନେ ଦୃତଗତିରେ କେବଳ ଉଡୁ ନଥିଲେ ସେମାନଙ୍କ ଦେହରୁ ଜ୍ୟୋତି ବାହାରୁଥିଲା । ଏହାଦେଖି ବାଳକମାନେ ନିଜର କୁଆକୁ କହିଲେ , ଆରେ କୁଆ ଆମ ଦୃଷ୍ଟିରେ ପକ୍ଷୀମାନଙ୍କ ଭିତରେ ତୁ ହେଉଛୁ ଶ୍ରେଷ୍ଠ ଆଉ ବଳିୟାନ । ଆକାଶରେ ଉଡିବା ସମୟରେ ତୋର ସମକକ୍ଷ କେହି ହୋଇପାରନ୍ତି ନାହିଁ ।। ରାଜହଂସ କଣ ତୋ ଠାରୁ ବଳିଯିବେ ।

     ନିଜର ପ୍ରଶଂସା ଶୁଣି କୁଆର ଛାତି କୁଣ୍ଢେମୋଟ ହୋଇଗଲା । ସେ ମନେ ମନେ ଭାବିଲା ପ୍ରକୃତରେ ମୁଁ ବଳବାନ୍ । ରାଜହଂସକୁ ନିଚା ଦେଖାଇବା ପାଇଁ ସେ ସେମାନଙ୍କ ପାଖରେ ପହଞ୍ଚିକି କହିଲା, ଆରେ ହଂସ ତୁମେମାନେ ମୋତେ ଜାଣିନାହଁ ମୁଁ ତୁମଠାରୁ ଅଧିକ ବେଗରେ ଅନେକ ଦୂରବାଟ ପର୍ଯ୍ୟନ୍ତ ସହଜରେ ଉଡିପାରେ ।ଏଣୁ ତୁମମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ ସେ ମୋ ସହ ବାଜିକରି ଉଡିବାକୁ ବାହାରୁ ।

     କଳାକୁଆର କଥା ଶୁଣି ରାଜହଂସ ମାନେ ହସିଲେ । ସେମାନେ ହସିବାର ଦେଖି କୁଆ ରାଗିଗଲା । କହିଲା ତୁମେମାନେ ମୋର ଶକ୍ତି କେତେ ଜାଣିନ ତେଣୁ ହସୁଛ ଯଦି ସାହସ ଅଛି ତେବେ ମୋ ସହ ଉଡିବାରେ ପ୍ରତିଯୋଗିତା କର । ନହେଲେ ମୋର ପାଦତଳେ ପଡି କ୍ଷମା ଭିକ୍ଷା କର ।

     ଏ କଥା ଶୁଣି ରାଜହଂସ ମାନଙ୍କ ଦଳପତି କହିଲା ହେ କାକ ଅବଶ୍ୟ ତୁମେ ଉଡିବାର ଅନେକ କଳା ଜାଣିଥିବ । ତେବେ ଆମସହ ଉଡିବାରେ ସମକକ୍ଷ ହୋଇପାରିବ ନାହିଁ । ତଥାପି ମୁଁ ତୁମସହ ଉଡିବା ପ୍ରତିଯୋଗିତାରେ ସାମିଲ ହେବି ।

     ଏ କଥା ଶୁଣି ଅନ୍ୟ କୁଆମାନେ ହସିଉଠିଲେ । ଏହାପରେ ହୃଷ୍ଟପୃଷ୍ଟ କୁଆ ଏବଂ ରାଜହଂସ ଜଣକ ଆକାଶରେ ଉଡିବାକୁ ଆରମ୍ଭକଲେ । କୁଆ ପ୍ରଦର୍ଶନ ଦେଖି ତାର ଜାତି ଭାଇ କୁଆ ମାନେ ବାହାସ୍ପୋଟ ମାରୁଥାନ୍ତି । ହେଇ ଦେଖ, ଆମ ଆକାଶରେ ଉଡି କିପରି ଭାବଭଙ୍ଗୀ ଦେଖାଉଛି । ଆଉ ତା ତୁଳନାରେ ହଂସଟା କିପରି ପଛରେ ପଡି ଯାଇଛି ।

     ରାଜହଂସଟି କିନ୍ତୁ ତାର ଏକ ନିଶ୍ଚିତ ଗତିରେ ଉଡୁଥାଏ ହଠାତ୍ ସମୁଦ୍ର ପଡିଲା । ଆଗରେ ବିଶାଳ ସମୁଦ୍ର ଦେଖି କୁଆ ଛାନିଆ ହୋଇଗଲା । ଅନେକ ପ୍ରକାରର କଳାରାଜି ଦେଖାଇବା ଫଳରେ ତା ଦେହରୁ ଶକ୍ତି ଶେଷହୋଇ ଆସିଥାଏ । କ୍ଳାନ୍ତ ହୋଇ ପଡୁଥାଏ, ବିଶ୍ରାମ ନେବାକୁ କେଉଁଠି ଏତେ ଟିକିଏ ଯାଗା ସେ ପାଉନଥାଏ ।

 ଏବେ ତାର ମନେହେଲା ହଂସଙ୍କ ସହିତ ବାଜିମାରି ସେ ବଡ ଭୁଲ କରିଛି । ହଂସଟି ତାର ଆରାମରେ ଉଡୁଥାଏ । ସେତେବେଳକୁ କୁଆ ପଛରେ ପଡି ଯାଇଥାଏ । ହଂସଟି ଆଗକୁ ଚାଲିଥାଏ । କୁଆଟି ପଛେଇ ଯାଇଥିବାରୁ ହଂସ ତାକୁ ଅପେକ୍ଷା କଲା । କୁଆ କୌଣସି ପ୍ରକାରେ ହଂସ ପାଖରେ ପହଞ୍ଚିଲା । କୁଆର ଏପରି ଦଶା ଦେଖି ରାଜହଂସର ତା ପ୍ରତି ଦୟା ଆସିଲା ।ସେ କହିଲା ଜିଜର ମୂର୍ଖତା କାରଣରୁ ଏବେ ତୁମେ ବିପଦରେ ପଡି ଯାଇଛ ।

କୁଆଟା ଦୁଃଖି ହୋଇ କହିଲା, ହଂସଭାଇ ଏବେ ମୁଁ ମୋର ଭୁଲ ବୁଝିପାରିଛି, ଆମେ ହେଉଛୁ କୁଆ, ଉଡିବାର କଳା ଆମେ ଭଲଭାବରେ ଜାଣୁନା, ତୁମ ସହ ବାଜିମାରି ମୁଁ ବିରାଟ ଭୁଲ କରିଛି ଏବେ ମୁଁ ଆପଣଙ୍କୁଛି, ଏବେ ମୋତେ ଜୀବନ ଦାନଦେଇ ସମୁଦ୍ରକୂଳ ପର୍ଯ୍ୟନ୍ତ ନେଇଯାଅ ।

କୁଆର ସାମର୍ଥ୍ୟ ନଥିଲା ସେ ପାଣିରେ ପଡିଗଲା । ରାଜହଂସ ତାକୁ ଉପଦେଶ ଦେବାପାଇଁ କହିଲା, କହୁଥିଲ ଉଡିବାର ଅନେକ କଳା ତୁମକୁ ମାଲୁମ । ଅନେକବାଟ ଉଡିବା ପାଇଁ ତୁମ ଦେହରେ ପ୍ରଚଣ୍ଡ ଶକ୍ତି ରହିଛି । ଏବେ କୁଆଡେ ଗଲା ତୁମର ଶକ୍ତି ।

କୁଆକୁ ନିଜ ଆଗରେ ମୃତ୍ୟୁ ଛଡା ଆଉ କିଛି ଦେଖା ଯାଉନଥାଏ । ତାର ପକ୍ଷୀ ଦୁଇଟି ପାଣିରେ ଓଦା ହୋଇଯାଇଥାଏ । ସେ କହିଲା ଭାଇ, ଅଇଁଠା ଖାଇ ଖାଇ ମନରେ ମୋର ଅହଂକାର ଆସି ଯାଇଥିଲା, ମୁଁ ନିଜକୁ ଶ୍ରେଷ୍ଠ ବୋଲି ମନେକରୁଥିଲି, ତାର ପ୍ରତିଫଳ ମୁଁ ପାଇଗଲି । ମୋତେ ଏ ବିପଦରୁ ରକ୍ଷା କର । ରାଜହଂସ ନିଜ ପଂଝାରେ ତାକୁ ଜାବୁଡିଧରି ନିଜ ପିଠି ଉପରକୁ ନେଇ ଆସିଲା । ତା’ପରେ ତାକୁ ସମୁଦ୍ର କୂଳକୁ ନେଇ ଆସିଲା । କୂଳରେ ପହଞ୍ଚିବା ପରେ ରାଜହଂସକୁ ନମସ୍କାରକରି ଉଡି ଚାଲିଗଲା । ଉଡିବାବେଳେ କୁଆ ମନେ ମନେ ଭାବୁଥାଏ ମୂର୍ଖତା ଅହଂକାରର ଫଳ ତାକୁ ମିଳିଯାଇଛି ।


Rate this content
Log in