ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଆଦର

ଆଦର

2 mins
370


ଆଦର

 ମନପବନ 2020

ଦିନକର କଥା l ରାଜଦରବାରରେ ଆକବର ବସିଥାନ୍ତି l ବିଶେଷ କିଛି କାର୍ୟ୍ୟ ନଥିବାରୁ ଆକବର ଭଲମନରେ ରହିଥାନ୍ତି l ବୀରବଲଙ୍କ ଉପରେ ତାଙ୍କର ଦୃଷ୍ଟି ପଡିବାରୁ ସେ ତାଙ୍କୁ ପଚାରିଲେ, “ତୁମ ଧର୍ମ ଗ୍ରନ୍ଥରେ ଲେଖାଯାଇଛି, ହାତୀର ଗୁହାରୀ ଶୁଣି ଶ୍ରୀକୃଷ୍ଣ ନିଜେ ଦୌଡି ଦୌଡି ଚାଲି ଯାଉଥିଲେ ତାଙ୍କୁ ରକ୍ଷାକରିବା ପାଇଁ ନୁହେଁ ?”

     “ହଁ ମହାରାଜ”, ବୀରବଲ କହିଲେ l

“ସେ କ’ ଣ ଅନ୍ୟ ସୈନ୍ୟସାମନ୍ତଙ୍କୁ ପଠାଇ ପାରିଲେନାହିଁ ? ଆଉ ଯଦିବା ନିଜେ ଗଲେ ତେବେ ହାତୀ ବା ଘୋଡା କାହା ଉପରେ ବସି ଘଟଣା ସ୍ଥଳକୁ ଯାଇପାରିଥା’ନ୍ତେ l ଚାଲି ଚାଲି ନିଜେ ଯିବାର କାରଣ କ’ଣ ? ତାଙ୍କର କ’ଣ କୌଣସି ସେବକ ନଥିଲେ ?”

     ବୀରବଲ କହିଲେ, “ଏହି ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ ସମୟ ଆସିଲେ ଦେବି ଜହାଁପନ୍ନା l”

     କିଛିଦିନ ବିତିଗଲା l ଆକବରଙ୍କ ମହଲରେ ଚାକିରି କରୁଥିବା ଏବଂ ଆକବରଙ୍କ ପୁଅକୁ ଧରି ବୁଲାଉଥିବା ଜଣେ ସେବକଙ୍କୁ ବୀରବଲ ହାତକଲେ l ଏକ ମହମର ରାଜକୁମାର ମୂର୍ତ୍ତି ବୀରବଲ ତିଆରି କରିଥାନ୍ତି l ତାଙ୍କୁ ରାଜପୋଷାକ ପିନ୍ଧାଇଥାନ୍ତି l ଦୂରରୁ ଯିଏ ଦେଖିବ ତାକୁ ରାଜକୁମାର ଭଳି ଭାବିବ l

     ସମ୍ରାଟ ଆକବର ଅପରାହ୍ନରେ ନିଜ ବଗିଚାରେ ବୁଲିଲା ବେଳେ ସେବକ କୁ ହାତକରି ଗୋଟାଏ କଥା ତାକୁ ଭଲଭାବରେ ବୁଝାଇ ଦେଲେ କ’ଣ କରିବାକୁ ହେବ l

     “ଯେମିତି ଭାବରେ ସମ୍ରାଟ ବୁଲୁଥିବା ବେଳେ ତୁମେ ରାଜକୁମାରକୁ ଧରି ବଗିଚାରେ ବୁଲୁଛ ଆଜି ସେମିତି ରାଜକୁମାରଙ୍କ ବଦଳରେ ଏଇ ମହମ ମୂର୍ତ୍ତିଟାକୁ କୋଳକରି ବଗିଚାରେ ବୁଲାଇବ l ଏମିତି ବୁଲୁ ବୁଲୁ ଜଳାଶୟ ପାଖକୁ ଚାଲିଯିବ, ତା’ପରେ ପାଦ ଖସିଯିବାର ବାହାନା କରି ଜଳାଶୟରେ ପଡିଯିବ l ସାବଧାନସହକାରେ ପଡିବ, ଯେମିତି ତୁମେ କୂଳରେ ରହିବ ଓ ମୂର୍ତ୍ତିଟା ପାଣି ଭିତରେ ପଡିବ l ଏ କାମପାଇଁ ତୁମକୁ ଶହେ ସ୍ୱର୍ଣ୍ଣମୁଦ୍ରା ଦିଆଯିବ l ” ବୀରବଲ ସେବକକୁ ବୁଝାଇ ଦେଲେ l

     ସେଦିନ ଆକବର ବଗିଚାରେ ବୁଲୁଥାନ୍ତି l ତାଙ୍କ ସାମ୍ନାରେ ଜଳାଶୟ l ସେବକ ଜଣକ ରାଜକୁମାରଙ୍କୁ କୋଳକରି ବୁଲୁଥାଏ l ସମ୍ରାଟ ଦେଖିଲେ ସେବକଙ୍କର ଗୋଡ ହଠାତ୍ ଜଳାଶୟର କୂଳରେ ଖସିଗଲା ଓ ରାଜକୁମାର ପାଣିରେ ପଡିଗଲେ l ବାଦଶାହା ଏଭଳି ଦୃଶ୍ୟଦେଖି ପୂରାପୂରି ଘାବରେଇ ଗଲେ ଏବଂ ରାଜକୁମାରକୁ ପାଣିରୁ ରକ୍ଷାକରିବା ପାଇଁ ନିଜେ ଦୌଡିଗଲେ l

     ପାଣିକୁ ଡେଇଁ ମହମ ମୂର୍ତ୍ତିଟାକୁ ଉଦ୍ଧାରକରି ସମ୍ରାଟ ଆକବର ବାହାରକୁ ଆଣିଲେ l

     କିଛିଦୂରରେ ବୀରବଲ ଠିଆହୋଇ ଏଇ ଦୃଶ୍ୟ ଦେଖୁଥାନ୍ତି l ସମ୍ରାଟ ଯେମିତି ପାଣି ଭିତରୁ ମହମ ମୂର୍ତ୍ତିଟାକୁ ଧରି ବାହାରିଛନ୍ତି ବୀରବଲ ଯାଇ ତାଙ୍କ ପାଖରେ ହାଜର ହୋଇଗଲେ l

     ବୀରବଲ କହିଲେ, “ଏ କି କଥା ଜାହାପନ୍ନା ! ଆପଣଙ୍କ ପାଖରେ ଏତେ ସୈନ୍ୟସାମନ୍ତ ସେବକ ଥିଲେ ମଧ୍ୟ ଆପଣ ନିଜେ ପାଣିକୁ ଡେଇଁ ପଡିଲେ ? ଏତେ ସୈନ୍ୟ ସାମନ୍ତ ଓ ସେବକ ତା ହେଲେ କ’ଣପାଇଁ ଅଛନ୍ତି l

ସମ୍ରାଟ ଆକବର ବୀରବଲଙ୍କୁ ଚାହିଁଲେ l ସେ ବୁଝିପାରୁ ନଥିଲେ ବୀରବଲ ତାଙ୍କୁ ଏପରି ପ୍ରଶ୍ନ ପଚାରିବାର କାରଣ କ’ଣ ହୋଇପାରେ ?

     ଟିକିଏ ରହିଯାଇ ବୀରବଲ କହିଲେ ,“ଆପଣ କ’ଣ ମୋ କଥା ବୁଝିପାରୁ ନାହାନ୍ତି ? ଆପଣଙ୍କୁ ଯେମିତି ଆପଣଙ୍କ ପୁଅ ସବୁକିଛି ସେମିତି ଶ୍ରୀକୃଷ୍ଣଙ୍କୁ ତାଙ୍କ ଭକ୍ତମାନେ ସେମିତି ଭଲ ଲାଗନ୍ତି l ସେଇଥିପାଇଁ ଭକ୍ତର ଡାକଶୁଣି ଶ୍ରୀକୃଷ୍ଣ ବସିଲା ଯାଗାରୁ ଉଠି ଦୌଡିଯାଇଥିଲେ ରକ୍ଷା କରିବାକୁ l ଯେମିତି ଆଜି ଆପଣ କଲେ l ” ସମ୍ରାଟ ଆକବର ନିଜର ଭୁଲ ବୁଝିପାରିଲେ, ବୀରବଲଙ୍କୁ ସେ ଉପହାର ଦେଲେ


Rate this content
Log in