STORYMIRROR

Bidyutprabha Gantayat

Others

2  

Bidyutprabha Gantayat

Others

ଯଦି

ଯଦି

1 min
13.4K


 ଯଦି ତା'ନମ୍ବର

ମୋର ପୁରୁଣା ଫୋନରେ

ଏ ଯାଏଁ ରହିଥାଏ

ମୁଁ ଫୁର୍ସତ ଦେଖି

ତାକୁ ଫୋନ କରିବି ,

ପଚାରିବି...ହ୍ୟାଲୋ

ଏଇଟା ଅନିମା ଦାସଙ୍କ

ନମ୍ବର ତ?

ସେ ଯଦି ଚିଡି ନଯାଇ

ହଁ,କହୁଛି ବୋଲି କହେ

ମୋ ସ୍ବର ଯଦି ବାରି ନପାରେ

ପଚାରିନେବି...'ଆଜ୍ଞା'!

କଟକରୁ କହୁଛନ୍ତି ତ?

ସିଏ କଣ ଏଥର ରାଗିନଯାଇ

ଜଣେ ଅଜଣା ଲୋକର

ଫାଲତୁ ପ୍ରଶ୍ନର ଉତ୍ତର ଦେବ?

ତା'ର ତ କଥା କଥାକେ

ରାଗ ଅଭିମାନ

କେଜାଣି.....ବଦଳିଯିବଣି ହୁଏତ ୟା'ଭିତରେ

ନା' ଉପକ୍ରମଣିକା ନକରି କହିବି99

ମୁଁ ଅନିଲ କହୁଛି

ଜାଣି ପାରିଲ?

ସିଏ ହୁଏତ ରାଗିଯାଇ

ଫୋନ କାଟିଦେବ...

ନଚେତ...

ଅଭିମାନରେ କିଛି କହିବନି

ତା'ଗୋଲାପୀ ଗରଗର

ଅଭିମାନିଆ ଫୁଲିଲା ମୁହଁ

ଆଉ କ'ଣ ଆଗପରି ଥିବ?

ଏବେ ସିଏ ଲାଗୁଥିବ

ଅନୁଭବି ଅନୁଭବି

ମୁଁ ଯଦି ପଚାରେ

କେମିତି ଅଛ ଅନିମା?

ମୋ କଥାର ଜବାବ ଦେବ?

ସତ କହିବ?

ସିଏ କେମିତି ଅଛି?

ଯଦି ଓଲଟି ପ୍ରଶ୍ନ କରେ

ତୁମେ କେମିତି ଅଛ ଅନିଲ୍

କାହିଁକି ଫୋନ କଲ

କି ଉତ୍ତର ଦେବି

ସତ କହିବି ନା,

ମିଛ କହିବି??

ଆମ ଭିତରେ ଆଉ

କଥା ବା' କଣ ଅଛି?

ସ୍ମୃତି, ଅନୁଭବ..ଯାହାକିଛି

ନିଖୋଜ ହେଉ ହେଉ

ଫୋନ ନମ୍ବରରେ କେମିତି

ରହିଯାଇଛି।

(ଡ଼. ବିଦ୍ୟୁତପ୍ରଭା ଗନ୍ତାୟତ)


Rate this content
Log in