STORYMIRROR

ଶିଶିର ସାହୁ ମନୋଜ

Others

3  

ଶିଶିର ସାହୁ ମନୋଜ

Others

ଉଠ କଳିଙ୍ଗୋତ୍କଳ

ଉଠ କଳିଙ୍ଗୋତ୍କଳ

1 min
142

ଛାଡ଼ ଛାଡ଼ ରେ ଵାଦଵିଵାଦ

ପ୍ରତର୍କ କୋଳାହଳ

ଭିନ୍ନେ ହୋଇରେ ଦୂର୍ବଳ

ହେବା ଏକତା ଦେବ ବଳ

ଭାରତେ ଆମେ ବଣ୍ଟା ଟି ଥିଲେ

ଛଅଶ ଦେଶେ ଦିନେ ।

ଇଂରେଜ ଜାତି କାହୁଁ ଅଇଲା

ବଞ୍ଚିଲେ ପରାଧୀନେ

ଚୀନା ମାନେରେ ଏକ ଥିଲେ

ହାରିଲେ ନାହିଁ ଯମା

ମାରି ତଡି଼ଲେ ଇଂରେଜଙ୍କୁ

ଡରିଲେ ନାହିଁ ଯମା ।

ଆମେ ଆଜିକୁ କଳହ କରୁ

ମାନ ସମ୍ମାନ ପାଇଁ

ଜାତି ଭାଷାର ମଙ୍ଗଳ ହେତୁ

ମାନସିକତା କାହିଁ ?

ଉଠ ଉଠରେ କଳିଙ୍ଗୋତ୍କଳ

ଉଠ ତୁ ବେଗୀ ଉଠ

ଶୋଇ ରହିବୁ କେତେ ତୁ ଆଉ

ହେଲାଣି ପରା ମଠ ।

ଭାରତଵର୍ଷେ ଯେତେ ଯେ ଜାତି

ଆଗେଇଲେଣି ଅନା

ତୋ ପାଇଁ କ’ଣ ଜଗତେ ଅବା

ହୋଇଛି ସବୁ ମନା ?

ମଠ କରନା ହଠ କରନା

ଏଯୁଗ ଶୁଣିବନି

ଶୋଇ ରହିଲେ ଚୁପ୍ ରହିଲେ

କିଛି ଟି ମିଳିବନି ।

ଶୋଇଲା ପୁଅ ଉଠରେ ଉଠ

ତୋ ଭାଗଟା ପାଇଁ

ତୁ ନ ଖାଇ ଶୋଇ ରହିଲେ

ଖାଇବ ଆନ ଭାଇ ।


Rate this content
Log in