STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ଉତ୍କଳ

ଉତ୍କଳ

1 min
352

ଉତ୍କଳ ! ଉତ୍କଳ ! ଉତ୍କଳ !

ଉତ୍କଳର କଳା ଚୁଲୀ କି ଗଲାଣି

କଳିଙ୍ଗର ପୁଅ କାଙ୍ଗାଳ  

ବେପାର ବଣିଜ ସପନ ହେଲାଣି

ଭାଡ଼ିରେ ଶୋଇଚି ଲଙ୍ଗଳ  

ଏଠି ଟଙ୍କାକରେ ମିଳେ ଚାଉଳ

ତଥାପି ଓଡ଼ିଆ ଡହଳ ବିକଳ 

ପାଏ ନାହିଁ ମୁଠେ ପଖାଳ ।

ଉତ୍କଳ ! ଉତ୍କଳ ! ଉତ୍କଳ ।


ଉତ୍କଳ ! ଉତ୍କଳ ! ଉତ୍କଳ !

ଉଆ ଚାଉଳକୁ ଧୁଆ କରି ଖାଏ

ଓଡ଼ିଆର ଫଟା କପାଳ  

ଓଡ଼ିଆଣି ଖୋଜେ କନ୍ଥା ପାଇଁ କନା

ନପାଇ ସର୍କାରୀ କମ୍ବଳ  

ବଢ଼ିଲା ଝିଅ ତା ରୁଷିକି ବସିଛି

ପିଠି କନା ଫାଟି ଦିଫାଳ

ପୁଅ ନୂଆ ନୂଆ ଦାଦନ ଶ୍ରମିକ

ଦିଶେ ହଡ଼ା ଗୋରୁ କଙ୍କାଳ ।

ଉତ୍କଳ ! ଉତ୍କଳ ! ଉତ୍କଳ !


ଉତ୍କଳ ! ଉତ୍କଳ ! ଉତ୍କଳ !

ରାଇଜ ବୋଲାଏ ବାଇଦ ବଜେଇ

ଆସିବନି ଭାଗ୍ୟେ ଖରାବେଳ  

ପାଦ ଛୁଏଁ ଏଠି ମୁଣ୍ଡ ଝାଳ

କଅଁଳା ଛୁଆଟା ଅଁଅଳା ଲଗେଇ

ଖାଉ ଥାଇ ବାସି ପଖାଳ

ଚଇତର ଚିନ୍ତା ସଂକ୍ରାନ୍ତି ପାଳିବ

ଝଡ଼ି ପଡ଼େ ଆମ୍ବ ବଉଳ

ପଣସ କଠାରେ ମନ ବୁଝି ଯାଏ

ମିଳୁ କି ନମିଳୁ ରସାଳ ।

ଉତ୍କଳ ! ଉତ୍କଳ ! ଉତ୍କଳ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍