ତୁମେ ଓ ମୁଁ
ତୁମେ ଓ ମୁଁ
1 min
6.8K
ତୁମ ନିଶ୍ଵାସର ଉତ୍ତପ୍ତ ଜ୍ଵାଳାରେ
ମୁଁ ଅଟେ ଶୁଷ୍କ ଇନ୍ଧନ
ମୋ ବିଶ୍ବାସର ବହଳ ବର୍ଷରେ
ତୁମେ ମୋ ଧରା ଶ୍ରାବଣ l
ମୁଁ ତୁମ ଆଖିର କଳା କାନଭାସ୍
ଅସ୍ପଷ୍ଟ ଝାପ୍ସା ଛାପ
ମୋ ମନ ବେଦନା କ୍ଷତ ଉପଚାରରେ
ତୁମେ ଉତ୍କଟ ପ୍ରଲେପ l
ତୁମ ଉଲ୍ଲାସର ବାରିଧି ତରଙ୍ଗେ
ମୁଁ କ୍ଷତାକ୍ତ ବେଳାଭୂମି
ଅହର୍ନିଶ ଧୁଅ ମୋ ମନର ଶାନ୍ତି
କେବେ ତ ଯାଇନାହିଁ ଥମି
ତୁମ ମନୋବାଞ୍ଛା ହୋଇବ ପୂରଣ
ହଜିଲେ ମୋର ସ୍ଵରୂପ
ମୋର ଶୂନ୍ୟ ସ୍ଥାନ ପୂରଣ କରିବ
ତୁମ ବେଶ ଅପରୂପ l