STORYMIRROR

Kamal Kumar Dash

Others

2  

Kamal Kumar Dash

Others

ତୁମେ କେବେ ମେନେ ପଡ଼

ତୁମେ କେବେ ମେନେ ପଡ଼

1 min
5.5K


ତୁମେ କେବେ ମେନେ ପଡ଼


ତୁମେ କେବେ ମେନେ ପଡ଼

ଭିଜା ଭିଜା ମାଟିର ବାସ୍ନାରେ

ଝିପି ଝିପି ବର୍ଷା ଭିଜା

ଘାସ ଗାଲିଚାରେ (1)

ଧୀରେ ଧୀରେ ଭାସୁଥିବା

କାଗଜ ଡ଼ଙ୍ଗାରେ

ପ୍ରଜାପତି ରଙ୍ଗ ଆଉ

ସାଧବ ବୋହୁ ରେ (2)

ଗାଁ ଚାଳୁ ଝରୁଥିବା

ଥପ ଥପ ବରଷା ବୁନ୍ଦାରେ

ଇନ୍ଦ୍ର ଧନୁ ସାତ ରଙ୍ଗ

ଭସା ଭସା ବାଦଲ ଭିତରେ (3)

ଯାଣି ମୁଁ ପାରେନି ମୋଟେ

ତୁମେ କାହିଁ ମନେପଡ଼ ଏତେ

ଅଙ୍କା ବଙ୍କା ଦୁନିଆଁ ବାଟରେ

ଆଉ ଖାଲି ଖାଲି ଉଦାସ ରାତିରେ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍