STORYMIRROR

Prakash Kumar Chand

Others

3  

Prakash Kumar Chand

Others

ତୁମେ ଗଲା ପରେ ପରେ

ତୁମେ ଗଲା ପରେ ପରେ

1 min
13.8K


ତୁମେ ଗଲା ପରେ ପରେ

ଋତୁ ଆସୁନାହିଁ ଫୁଲ ଫୁଟୁନାହିଁ

ନଈ ଅଭିମାନ କରେ

ଜହ୍ନ ହସୁନାହିଁ ପକ୍ଷୀ ଗାଉନାହିଁ

ତୁମେ ଗଲା ପରେ ପରେ ।


ତୁମେ ଥିଲ ମୋର ପାହାନ୍ତି ସପନ

ପୂରୁବ ଆକାଶ ତାରା

ତୁମେ ଥିଲ ମୋର ସୁନେଲି ସୁନେଲି

ସକାଳ ସୂରୁଯ ଖରା

ଖରା ମାଡୁନାହିଁ ଛାଇ ପଡୁନାହିଁ

ଅଧାବାଟୁ ସଞ୍ଜ ଫେରେ

ଜହ୍ନ ହସୁନାହିଁ ...... ।।


ତୁମ ପାଇଁ ଲେଖେ ହଜାର କବିତା

ଲେଖେ ମୁଁ ହଜାରେ ଗପ

ତୁମ ପାଇଁ କରେ ଶହେ ମାନସିକ

ଦେଉଳେ ଜାଳି ମୁଁ ଦୀପ

ନିଆଁ ଧରୁନାହିଁ ଦୀପ ଜଳୁନାହିଁ

ଆଶାର ଆକାଶ ମରେ

ଜହ୍ନ ହସୁନାହିଁ.... ।।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍