STORYMIRROR

Pradesh Kumar Pradhan

Others

3  

Pradesh Kumar Pradhan

Others

ତୁମ ପାଇଁ

ତୁମ ପାଇଁ

1 min
25.8K


ତୁମ ପାଇଁ ........
ଏ ମନ କରେ ନିତ୍ୟ ସ୍ମରଣ
ଏ ହୃଦ କରେ ନିତ୍ୟ ଶ୍ରବଣ
ପ୍ରଭୁ ତୁମ ପାଇଁ ମୋର ଏହି ଜୀବନ ,
ସବୁରି ପ୍ରାଣେ  ତୁମରି ଛାୟା
ସକଳ କ୍ଷେତ୍ରେ ତୁମରି ମାୟା
ତୁମେ କର୍ମ ପୁଣି ତୁମେ କାରଣ।
ପ୍ରଭୁ ତୁମ ପାଇଁ ମୋର ଏହି ଜୀବନ ।
ହୃଦୟରେ ବାସ ତୁମ
ହୃଦୟର ତୁମେ ବନ୍ଧୁ,
ପଥ ପ୍ରଦର୍ଶକ ତୁମେ
ଯେ ଜୀବନରେ ଅଟେ ସାଧୁ।
ବିଶ୍ୱ ମଙ୍ଗଳ ତୁମରି ବ୍ରତ
ବାହନ ତୁମର ଧର୍ମ ଓ ସତ୍ୟ
ବିଶ୍ୱ ଯେ  ତୁମରି ତୁମେ ହିଁ ବିଶ୍ୱ
ତୁମେ ବାସ୍ତବ ତୁମେ ହିଁ ସ୍ୱପ୍ନ
ତୁମେ ଜଡ ପୁଣି ତୁମେ ଜୀବନ
ତୁମ ସ୍ପର୍ଷ ଆଶେ ମୁଁ ହୋଇଛି ନିଶ୍ୱ।
ବିଶ୍ୱ ଯେ  ତୁମରି ତୁମେ ହିଁ ବିଶ୍ୱ।
ଶାନ୍ତିର ଦୁତ ତୁମେ ପ୍ରେମର ମନ୍ତ୍ର
ତୁମେ ସ୍ରଷ୍ଟା ପୁଣି ସୃଷ୍ଟିର ଯନ୍ତ୍ର
ପ୍ରାଣପକ୍ଷୀ ସଦା କରେ ତୁମ ଗୁଣ କୀର୍ତ୍ତନ,
ଯନ୍ତ୍ରଣାରେ ତୁମେ ମୋର ଶକ୍ତି
ଅମା ଅନ୍ଧାରେ ତୁମେ ମୋର ମୁକ୍ତି
ତୁମ ପାଦପଦ୍ମେ ମୋର ଶରଣ।
ପ୍ରାଣପକ୍ଷୀ ସଦା କରେ ତୁମ ଗୁଣ କୀର୍ତ୍ତନ।
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍