STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ତୁ ହିଁ ତୁ

ତୁ ହିଁ ତୁ

1 min
13.4K



ଦଶରଥ ହେମ୍ବ୍ରମ


ରାତି ସାରା ମୋ ଛାତିରେ

ତତେ ମୁଁ ଖୋଜିଛି

ମନେ ପଡୁଥିଲା ବେଶି

ବ୍ୟସ୍ତତା ଭିତରେ,

ନଥିଲା ଆଖିରେ ନିଦ

ଅପେକ୍ଷା ତୋ ପାଇଁ

ଖାଲି ତୋ ମୁହଁକୁ ଦିଶେ

ମୋ କ୍ଳାନ୍ତ ଆଖିରେ ।।


ମୋ ଆଶାର ଜୋଛନାରେ

ତୁ ମୋ ରୁପା ଜହ୍ନ

ମୋ ସ୍ୱପ୍ନର ଦୁନିଆରେ

ତୁ ମୋ ନୀଳ କଇଁ,

ପ୍ରତିଟି ମୋ କବିତାରେ

ସଜେଇ ଲେଖିବି

"ତୁ ହିଁ ତୁ" ମୋ ଜୀବନରେ

ମହା କାବ୍ୟ ତୋ ପାଇଁ ।।

***

ଭାରପ୍ରାପ୍ତ ଅଧିକାରୀ, ବେଳଘର ଥାନା, କନ୍ଧମାଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍