STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ତତଲା ପବନ ବହୁଛି

ତତଲା ପବନ ବହୁଛି

1 min
190


  ଉଆସରେ ଏବେ ଲୁହ ଉଛୁଳୁଛି

  ତତଲା ପବନ ବହୁଛି

  ଭୋକିଲା ପେଟରେ ରାଜାଘର ପିଲା

  ଭାତ ପାଇଁ ହାତ ପାତୁଛି

  ତତଲା ପବନ ବହୁଛି....


  ଆଗପଛ ହୋଇ ବାପା ମାଆ ଗଲେ

  ଅନାଥ ହୋଇଲେ ପିଲା

  କଅଁଳ ଆଖିରୁ ନିଦ ହଜିଗଲା

  ଭଲାରେ କରୋନା ଭଲା

  ପ୍ରଥମ ତ ଗଲା ଦ୍ୱିତୀୟ ଆସିଲା

  ତୃତୀୟ ଆସିବ କହୁଛି

  ତତଲା ପବନ ବହୁଛି...


  ସବୁ ସୁଖଶାନ୍ତି ରୋଗ ନିଏ ଲୁଟି

  ଚୁନା ହୁଏ ସୁନା ଘର

  ପଛକୁ ଚାହିଁଲେ ଲୁହର ଦରିଆ

  ଆଗରେ ବିପଦ ଘେର

  ନିଃଶ୍ୱାସକୁ ଆଉ ବିଶ୍ୱାସ ହେଉନି

  ପବନେ ଭୂତାଣୁ ଭାସୁଛି

  କରୋନା ମୁରୁକି ହସୁଛି...


  ନିଜେ ତ ନିଜକୁ ସତର୍କ ରଖିବା

 ବାରବାର ହାତ ଧୋଇ

 ମାକ୍ସ ପିନ୍ଧିବା କଟକଣା ମାନି

 ଭିଡ କରିବାନି କାହିଁ

 ଟୀକା ନେବାପାଇଁ ଡରିବାନି କେହି

 ସମୟ ସଭିଙ୍କୁ କହୁଛି

 ତତଲା ପବନ ବହୁଛି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍