Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Others

3  

SUKANTA KHANDA

Others

ଟିକିଟିକି

ଟିକିଟିକି

1 min
186



ଟିକିଟିକି ଦେଖ ଧୂଳି କଣିକାରେ

କି ସୁନ୍ଦର ବସୁନ୍ଧରା

ସୁବିଶାଳ ହୋଇ ଜାବୁଡ଼ି ଧରିଛି

ପ୍ରାଣୀ ଉଦ୍ଭିଦକୁ ପରା।


ଟିକିଟିକି ଦେଖ ବିନ୍ଦୁବିନ୍ଦୁ ଜଳେ 

ମିଶିକି ସମୁଦ୍ର ହୋଇ

ସୁବିଶାଳ ଯା'ର ଗଭୀରତା ଆଜି 

କଳି କି ପାରିବ କେହି?


ଟିକିଟିକି ଆମେ ଏ ଧରା ବକ୍ଷରେ

ସୁକର୍ମ କରିବା ଯଦି

ସମୁଦ୍ର ଅଥବା ଧରଣୀ ସଦୃଶ

ଅମୂଲ୍ୟ ରଖିବା ଖୁନ୍ଦୀ।


ସମୁଦ୍ର ଅଥବା ଧରଣୀ ସଦୃଶ

ଯଦି ନ ହୋଇବା ଆମେ

ବାସ ଚହଟାଇ କୋଟି ଜନମନ

କିଣିବା ନିଶ୍ଚୟ ଧାମେ।


ଟିକିଟିକି ବୋଲି ହୃଦୟ କୋଣରୁ

ମନରୁ ଫିଙ୍ଗନି ଦୂର

ଟିକି ହୃଦୟରେ ବିରାଟ ସନ୍ଧାନ

ଲୁଚିଛି ଜାଗ୍ରତ କର।


       


Rate this content
Log in