STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ତେଲ ଲୁଣ ନୁହେଁ ଦେହକୁ ଭଲ

ତେଲ ଲୁଣ ନୁହେଁ ଦେହକୁ ଭଲ

1 min
11.7K


  ଅଜା ଖାଆନ୍ତିନି ମସଲା ତେଲ

  ରାଗ ଲୁଣ ତାଙ୍କୁ ଲାଗେନି ଭଲ

  ସିଝା ପରିବାରେ ସରାଗ ବେଶି

  ଅତି ହରସରେ ଖାଆନ୍ତି ବସି

  ଟାକରା ଫୁଟାଇ କୁହନ୍ତି ଅଜା

   ପନିପରିବାର ଗୁଣ ଅମୂଲ

   ତେଲ ଲୁଣ ନୁହେଁ ଦେହକୁ ଭଲ l


   ଖାଏ ଯିଏ ତେଲ ମସଲା ବେଶି

   ତା ଦେହକୁ ରୋଗ ଯାଏରେ ଗ୍ରାସି

   ବେଶି ତେଲ ଲୁଣ ମସଲା ରାଗ

   ଖାଇ କିଆଁ କୁହ କିଣିବା ରୋଗ

   ପାଟିକୁ ସୁଆଦ ମସଲା ତେଲ

   ଦେହ ପାଇଁ ଜମା ନୁହେଁରେ ଭଲ l


   ଦେଖ ନିତି ଖାଇ ପରିବା ସିଝା

   ଅଜା ଦିଶୁଛନ୍ତି କେମିତି ତାଜା

   ସେଥିପାଇଁ ଆସ କରିବା ପଣ

   ଖାଇବାନି ବେଶି ତେଲକି ଲୁଣ

   ତେଲ ଲୁଣ ଠାରେ ମନ ଉଣା କଲେ

   ଦେହ ମନ ସଦା ରହିବ ଭଲ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍