STORYMIRROR

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ସୁନ୍ଦର ମୋ ଗାଁ ଟି

ସୁନ୍ଦର ମୋ ଗାଁ ଟି

1 min
14.4K


ସୁନ୍ଦର ମୋ ଗାଁ ଟି

ବିଶାଳ ଏହି ଧରଣୀ ବୁକେ

ଲୁଚି ଯାଏ ତା ନାଁଆଟି..


ଗାଁରେ ଯେବେ ସକାଳ ହୁଏ

ପୂରୁବ ଦିଗେ ସୂରୁଜ ଉଏଁ

ଡାମରା କାଉ ଚାଲରେ ବସି

ରାବଇ କା.. କା.. ଟି...


ପକ୍ଷୀ ଯେତେକ ଯାଆନ୍ତି ଉଡି

କୁନି ଛୁଆଙ୍କୁ ବସାରେ ଛାଡି

କୁକୁଡା ଡାକେ କ - କ - ରେ - କ

ବାଛୁରି ଡାକେ ହ ମା ଟି....


ବୁଢ଼ା ଅଜା ଟି ଦାଣ୍ଡକୁ ଆସି

ଦାନ୍ତ ଘସଇ ପିଣ୍ଡାରେ ବସି

ଆଇ ଓଳାଏ ଦାଣ୍ଡ ଦୁଆର

ହାତ ରେ ଧରି ଝାଡୁ ଟି...


ଗାଁ ର ଯେତେ ମାଆ ମାଉସୀ

ଯାଆନ୍ତି କାଖେ ଧରି କଳସୀ

ପୋଖରି ତୁଠ କୂଅ ମୂଲରେ

ବସି କରନ୍ତି ଗପଟି...


ମଦନ ଅଜା ସାଇକେଲ ଧରି

ବଜାର ଯାଏ ସଉଦା କରି

ମଝି ଦାଣ୍ଡରେ ଟିନ ଟିନ ଟିନ

ବଜାଉ ଥାଏ ଘଣ୍ଟା ଟି...


ମାଇପି ଯେତେ ସଅଳ ଉଠି

ସାରି ଦିଅନ୍ତି ବସି ପାଇଟି

ଅଗଣା ହାଣ୍ଡି ମୂଳେ ମାଜନ୍ତି

ବାସୀ ବାସନ ଅଇଁଠା


ଅନେକ ଘର ମାଉସୀ ଖୁଡୀ

ମୁଣ୍ଡରେ ଧରି ଗୋବର ଝୁଡି

ଯାଆନ୍ତି ଘସି ପାରିବା ପାଇଁ

ଯୋଗାଇବାକୁ ଜାଳ ଟି...


ଭଣ୍ଡାରି ଧରି କଟୁରୀ କ୍ଷୁର

କେଶ କାଟଇ ସାଆନ୍ତ ଙ୍କର

ରାଶି ତେଲରେ କେବେ କି କେବେ

ଘସି ଦିଅଇ ମୁଣ୍ଡଟି...


ଗଉଡ ବୁଲି ଘର କୁ ଘର

କ୍ଷୀର ଦୁହଁଇ ଚର୍..ର ଚର୍..

ଦୁହାଁ ସରିଲେ ଗୋଠ କୁ ନିଏ

ଫିଟାଇ ବେକ ପଘା ଟି...


ମାଲିନୀ ଆଇ ଚାଙ୍ଗୁଡି ଧରି

ଗୁନ୍ଥଇ ଫୁଲ ମାଳ ଟେ କରି

ପୂଜାରୀ ଅଜା ପୂଜା କରନ୍ତି

ବଜାଇ ଦେଇ ଘଣ୍ଟ ଟି...


କୃଷକ ହଳ ବଳଦ ଧରି

କ୍ଷେତକୁ ବେଗେ ଯାଏ ବାହାରି

କୁନି ପିଲାଏ ବସ୍ତାନି ଧରି

ଯାଆନ୍ତି ପାଠ ଶାଳା ଟି..


Rate this content
Log in