STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ସ୍ପର୍ଶ ସୁଧା

ସ୍ପର୍ଶ ସୁଧା

1 min
26.8K


ସ୍ପର୍ଶ ସୁଧା

ଦୌଡୁଛି...
ଦୌଡୁଛି ମୁଁ ପ୍ରତିମୁହୂର୍ତ୍ତରେ
ଅବିଶ୍ରାନ୍ତ ଭାବେ
ଲକ୍ଷ୍ୟ ହିନ ଦିଗେ
କେଉଁ ଏକ ଅଜଣା ରାଇଜେ,


କେବେ ଧନ ପାଇଁ
କେବେ ମାନ ପାଇଁ
କେବେ ବନ୍ଦୀ ହୋଇ ଭୟରେ
କେବେ କାହା ଭଲପାଇବାରେ
ଧାବକର ରୂପ ମୁଁ ସଦା ସାଜେ
କେଉଁ ଏକ ଅଜଣା ରାଇଜେ


ପଥ ଅଛି ଅନେକ
କେତେ ଖାଲ କେତେ ଢିପ
ଦେଖେନା ହୃଦ ମୋର କିଛି
ଲୁହ ହଜେ ଓଠେ
ହସ ତା’ର ସତ୍ତା ଖୋଜେ
କିଏ ଜାଣେ କାହିଁକି ବଞ୍ଚିଛି 
ନିଜକୁ ନିଜ ନିଆଁରେ କରି ଧ୍ୱଂସ,
ଆଶା ଥିଲା ଅସୁମାରୀ
ଗଲା ସବୁ କିଛି ସରି
ସ୍ୱପ୍ନର ମରୀଚିକା ପରି
ମୃତୁ୍ୟ ମାଗେ କେବେ
ଭିକ୍ଷୁର ରୂପ ନେଇ
ଭୂଲିଯାଏ ସବୁ କିଛି
କେହି ତ ଆସିନି କିଛି ନେଇ
ମିଳେ ନାହିଁ ମୋତେ ମୋର ଅବଶେଷ ।


ଜରାଜୀର୍ଣ୍ଣ ହୃଦୟଟା
ଗଲାଣି ଅବଶ ହୋଇ
ଅଦୃଶ୍ୟ ଅଦୃଶ୍ୟ ଲାଗେ ସବୁ
ଅପେକ୍ଷା କରିଛି ଆଜି
ତା’ର ଫେରିବାର ପଥ ଚାହିଁ ,
ଫେରିବ, ଫେରିବ ସେ
ଦିନେ ନିଶ୍ଚୟ ଫେରିବ
ଦୂରେ କାହିଁ କେତେ ଦୂରେ
କ୍ଷୀଣ ସ୍ୱରେ କେହି କୁହେ
କିନ୍ତୁ ସେ ଫେରେ ନାହିଁ 
ବଶିଛି ତା’ର ଫେରିବାର ପଥ ଚାହିଁ ।


ନଦୀ ମିଶେ ସାଗରେ
ଚିନ୍ତନ ହଜେ ଚେତନାରେ
ସବୁକିଛି ଦେଇ ଦେଲାପରେ ,
ସବୁ ସ୍ୱପ୍ନ ହେବ ପୂର୍ଣ୍ଣ
ପିତ୍ତଳ ହେବ ସ୍ୱର୍ଣ୍ଣ
ହେ ମାଧବ, ହେ ଗୋପିବାନ୍ଧବ
ଛୁଇଁଦେଲେ ତୁମେ ଥରେ
ସବୁକିଛି ଦେଇ ଦେଲାପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍