STORYMIRROR

Pradesh Kumar Pradhan

Others

1.6  

Pradesh Kumar Pradhan

Others

ସପନ ସହର

ସପନ ସହର

1 min
26.3K


ସପନ ସହର


ଖାଦ୍ୟ ଦେବୁ ବସ୍ତ୍ର ଦେବୁ
ଦେବୁ ତୁମକୁ ପକ୍କା ବାସ ଗୃହ
ପଇସା ହେବ ଏପଟ ସେପଟ
ବିକିବାକୁ  ପଡିବନି ତୁମକୁ ଦେହ।


ଖୁସିରେ ଶାନ୍ତିରେ କଟିବ ଦିନ
ମିଳିବ ତୁମକୁ ସଦା ନ୍ୟାୟ,
ପ୍ରଗତୀ ଦେଖିବ ତୁମେ ଦିନେ
କୁହ ଆମର ଜୟ ଜୟ।


କିନ୍ତୁ
ହାତ ପାଦ ଦୁଇ ମୋର
ଦେଲ ତୁମେ କାଟି ,
ନେଲ ଚୋରାଇ ସବୁ କିଛି
ସଞ୍ଚôଥିଲି ଯାହା ଖଟି ,
ଘରର ଇଜ୍ଜତ ଆଜି
ଦେଲ ରାଜ  ରାସ୍ତାରେ ଗଡାଇ, 
ବୁଝେନା ମନ ତୁମ
ଖଣି ବିକି, ପାଣି ବିକି ,
ଭିଟା ମାଟି ଦେଲ ମୋର
ବିଦେଶୀ ହାତରେ ଟେକି ,
ଦିନ ମୋର କଟେ ଆଜି
ଦୂର ଦିଗ୍ବଳୟେ ଚାହିଁ ଚାହିଁ
ଦେଲ ରାଜ  ରାସ୍ତାରେ ଗଡାଇ।


ତୁମେ ଦେଲ କୋଟି ସ୍ୱପ୍ନ
ମନରେ ଭରି ମୋର ,
ମୃଗ ତୃଷ୍ଣା ପରି ଲାଗେ ସବୁ କିଛି
ତୁମ କଥା ସତେ ପାଣିରେ ଗାର, 
ବାଡ ବୋଲି ଭାବିଥିଲୁ
ସବୁଜିମା ତୁମେ ଦେଲ ହଜାଇ,
କ୍ଷେତ ମୋର ଗଲା ଉଜୁଡି
ଭୋକ ମେଣ୍ଟାଏ ପେଟେ ଓଦା କନା ଦେଇ ଶୁଣି  ନଶୁଣିଲା ପରି ଯାଅ ଚାଲି
ଆମର ଆଜି ଆକୁଳ ଚିକ୍ରାର
ତୁମ କଥା ସତେ ପାଣିରେ ଗାର।


ତୁମେ ଜାଣ, ମୁଁ ଜାଣେ
ନୂଆ ସକାଳ ଦିନେ ଆସିବ,
ଖୁସିର ମୁରୁଜ ଚତୁର୍ଦ୍ଦିଗେ ବୁଣି
ହସ ସବୁରେ ମୁହଁରେ ଖେଳାଇ ଦେବ ,
ସବୁ କିଛି ଦିଅ ସାରି ତୁମେ
ଯାହା ଅଛି ତୁମ ବାକି, 
ମୁଁ ନଥିବି ତୁମେ ନଥିବ
କଲାକର୍ମ ସଦା ରହିଯିବ
ଏପାରିରେ ନହେଲେ ସେପାରିରେ
ତୁମ ସହ ନିଶ୍ଚେ ଦେଖା ହେବ,
ବେଲାଳସେନର କଟାମୁଣ୍ଡ
ଥିବ ସବୁ ଦିନ ପାଇଁ   ସାକ୍ଷୀ
ସବୁ କିଛି ଦିଅ ସାରି ତୁମେ
ଯାହା ଅଛି ତୁମ ବାକି।

********

 


Rate this content
Log in