STORYMIRROR

Pradesh Kumar Pradhan

Others

1.6  

Pradesh Kumar Pradhan

Others

ସଂପର୍କ

ସଂପର୍କ

1 min
26K


ସଂପର୍କ  


ଧାର ଧାର ବୋହିଯାଏ
ଚତୁର୍ଦ୍ଦିଗୁ ଲୋତକର ଧାର,
ସ୍ଥିର ଶରୀରେ ବ୍ୟସ୍ଥତା ଆଜି
ସୃଷ୍ଠି ପାଇଁ ଏକ ଭବ୍ୟ ସମ୍ଭାର।


ହୃଦୟ ତରଙ୍ଗ ନୀରବ
କହିବାକୁ କିଛି ଅକୁହା କଥା,
ମଥା କୋଡି କାନେ୍ଦ ଆଜି
ସବୁଦିନ ପାଇଁ ଜନ୍ମଦାତ୍ରୀ ମାତା।


ଝୁରେ ଗାଁ ଦାଣ୍ଡ
ଝୁରେ ବରଗଛ ଗାଁ ମୁଣ୍ଡ
ଝୁରେ ପୁଣି ଗାଁ ସାଙ୍ଗ ସାଥି ,
ଝୁରେ କେହି କୁହୁଳି କୁହୁଳି
ଚାହିଁ ରହିଥାଏ ଫେରିବାର
ପଥ ଦିନରାତି।


ଶରୀରର କୋଣ ଅନୁକୋଣେ ହୁଏ ଦଗ୍ଧିଭୁତ
ଅପେକ୍ଷା ଏକ ନୂତନ ସକାଳ,
ଅତୀତର ପୃଷ୍ଠା ଶୂନ୍ୟ ହୋଇଯାଏ
ଦୂର ଦିଗ୍ବଳୟ ଲାଗେ ଜଳ ଜଳ।
ଚକ୍ର ପ୍ରାୟ ଘୁରି ବୁଲେ
ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ ,
ସଂଗ୍ରାମରେ ବଞ୍ଚôବାଟା ମିଛ ଏଠି
ଭୁଲିଯିବା କ’ଣ ଅଟେ ସତ ?


ସବୁର ସାକ୍ଷି ଏହି ସମୟ
ଲାଭ-କ୍ଷତି, ପାପ-ପୂଣ୍୍ୟର
ତୁମେ ଜାଣ, ମୁଁ ଜାଣେ
ଏଇତ ସଂପର୍କ  ଜୀବନ ମୃତୁ୍ୟର।
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍