STORYMIRROR

Abhiram Sahoo

Others

2  

Abhiram Sahoo

Others

ସନ୍ଦିଗ୍ଧ ଜୀବନ

ସନ୍ଦିଗ୍ଧ ଜୀବନ

1 min
259


ଗୋଟିଏ ପାଦ ମୋର କାଲି ରାତିର ଅନ୍ଧାର ତ

ଗୋଟିଏ ପାଦ ଆଜି ସକାଳର ସୂର୍ଯ୍ଯୋଦୟ

ଗତରାତି ସ୍ବପ୍ନରେ ମାତାଲ୍ ଜହ୍ନ ପାଖରେ

ବନ୍ଧା ପଡିଛି ମୋ ଆଜିର ଠିକଣା ଓ ପରିଚୟ

ବାଁ ପାଦରେ ମୋର ପାରମ୍ପରିକତାର ବେଡି

ଡାହାଣ ପାଦରେ ଆଧୁନିକତାର ମୋହ

ଆଗକୁ ଯିବା କି ପଛକୁ ଫେରିବାର ଦ୍ବନ୍ଦ୍ବରେ

ମୁଁ ଏକ ତ୍ରିଶଙ୍କୁର ମିଛ ଅଭିନୟ

ମୁଁ ଅନ୍ଧମୁନି‐ଶ୍ରବଣ କୁମାର

ନା ଜରାନିବାସର ଦାୟାଦ

ମୁଁ ମୋ ଗାଁ ତୋଟା ହିଡ‐ମାଟି

ନା ହସହସ ଛଳନାର ସ୍ବାର୍ଥାନ୍ଧ ଜହ୍ଲାଦ

ଯିବି ନ ଯିବିର ଦୋଛକିରେ ଏଯାଏ

ମୋର ଛଟପଟ ସନ୍ଦିଗ୍ଧ ଜୀବନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍