STORYMIRROR

Fransis Satapathy

Others

3  

Fransis Satapathy

Others

ସନ୍ଧ୍ୟା

ସନ୍ଧ୍ୟା

1 min
13.9K


ସନ୍ଧ୍ୟା !!

ଦିନର ଅବସାନ,

ରାତ୍ରିର ଆବାହନୀ ମନ୍ତ୍ର,

କିଛି ନସରିଥିବା କାମ ଗୁଡ଼ିକର ବୋଝ,

କିଛି ନକହିଥିବା କଥା ଗୁଡ଼ିକର ଜରିମାଳ,

କିଛି କାଲି କରିବାର କାର୍ଯ୍ୟ ତାଲିକା,

କିଛି ବାଟ ଭୁଲା ସମ୍ପର୍କର ଘର ବାହୁଡା଼,

କିଛି ଚିହ୍ନା ମୁହଁକୁ ପୁଣି ଦେଖିବା ମୁହୂର୍ତ୍ତ,

କିଛି କ୍ଲାନ୍ତଙ୍କର ସବୁ ଦିନ ଫେରିବା ସମୟ।

ସନ୍ଧ୍ୟା !!

କାହା ପାଇଁ ହାରିବାର ଅବଶୋଷ,

କାହା ପାଇଁ ପାଇବାର ସ୍ୱପ୍ନ,

କାହା ପାଇଁ ବଞ୍ଚିବାର ହେତୁ,

କାହାର ମରିବା କାରଣ,

କାହା ପାଇଁ ପ୍ରେମର ସଂଜ୍ଞା,

କାହା ପାଇଁ ମରୁ ମରୀଚିକା,

କାହା ମନ ବସନ୍ତ କାକଳି,

କାହା ପାଇଁ ମୃଦୁ ଚଇତାଳୀ,

କାହା ପାଇଁ ପ୍ରେମର ଗଜଲ୍,

କାହା ପାଇଁ ଅଧ ଫୁଟା ଫୁଲ,

କାହା ପାଇଁ ଦୀପ୍ତ ବତୀଘର,

କାହା ପାଇଁ ଘନ ଅନ୍ଧକାର।

ସନ୍ଧ୍ୟା !!

କାହା ପାଇଁ ଦେବୀ ସୁହାଗର,

କାହା ପାଇଁ ପ୍ରେମ ହସ୍ତାକ୍ଷର,

କାହା ପାଇଁ ସେନେହ ସମ୍ଭାର,

କାହା ପାଇଁ ଲକ୍ଷ୍ମୀ ସେ କୂଳର,

କାହା ପାଇଁ ଅମୃତର ଧାର,

କାହା ପାଇଁ ଲକ୍ଷ୍ମଣର ଗାର,

କାହା ପାଇଁ ଵଂଶ ରକ୍ଷାକାରୀ,

କାହା ପାଇଁ ଚୀର ସହଚରୀ,

କାହା ପାଇଁ ମା' ମମତାର,

କାହା ପାଇଁ ଏକାନ୍ତ ନିଜର।।

ଫ୍ରାନସିସ୍ ଶତପଥୀ



Rate this content
Log in