STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ସ୍ମୃତି ତୁମେ ମୋର ସଜ ସପନଟେ

ସ୍ମୃତି ତୁମେ ମୋର ସଜ ସପନଟେ

1 min
13.8K



🌹❤🌹ମହାସ୍ମୀତ 🌹❤🌹


ସ୍ମୃତି ତୁମେ ମୋର ସଜ ସପନଟେ

ସହଜରେ ଲିଭେନାହିଁ

ସୀମାରେଖା ଡେଇଁ ଜୀବନରେ ମୋ

କେବେ ପଶି ଆସୁଥାଇ

ମନତଳର ଲିଭିଥିବା ନିଆଁ

ନିଇତି ଜଳାଏ ଛାତି

ଦୂର ଦରିଆର ଦିକି ଦିକି ଦୀପ

ହଜିଯାଇଥିବା ଜ୍ୟୋତି

କିଏ କହେ ତାକୁ ମଧୁର ଜହର

ପାଉଁଶ ତଳର ନିଆଁ

ଚଇତି ଚୁମାର ଚିରୁଡାଏ ଚିଠି

ବାଉଳା ବିଳାପ ରାହା

ସମୟ ସୁଅର ଉଜାଣି ଖିଅଟେ

ଭଉଁରୀ ଭସାଇ ନିଏ

ତଥାପି ସ୍ମୃତି ତ ରୂପା ଫରୁଆର

ନୀରଭିଜା ମୋତିଟିଏ।



Rate this content
Log in