STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ସମର୍ପିତ ହୃଦୟ

ସମର୍ପିତ ହୃଦୟ

1 min
27.5K


ସମର୍ପିତ ହୃଦୟ
ହୃଦୟ  ସ୍ପନ୍ଦନ ହୁଏ ସ୍ପନ୍ଦିତ
କେବଳ ତୁମରି ପାଇଁ,
ଜୀବନର ପ୍ରତିକ୍ଷଣ ହୁଏ ଅତିକ୍ରାନ୍ତ
କେବଳ ତୁମରି ପାଇଁ ,
           ଚାଲିବାକୁ ଚାହେଁ ସମୟର ପଥ
                           ତୁମକୁ ସାଥିରେ ନେଇ ,
ମୁଦି୍ରତ ନୟନେ  ଚତୁର୍ଦ୍ଦିଗେ ଦିଶେ
ତୁମ ରୂପ ଛବି ,
କଣ୍ଟକିତ ପଥେ ତୁମେ ଆଶାର କିରଣ
ଅମା ଅନ୍ଧାରେ ଯେନ ରବି ,
            ମୋ ଶରୀର ରଥେ ତୁମେ ଯେ ସାରଥି
                          ନିଅ ଲକ୍ଷ ସ୍ଥଳେ ତୁମ ବାହି।
            ଚାଲିବାକୁ ଚାହେଁ ସମୟର ପଥ
                          ତୁମ କୁ ସାଥିରେ ନେଇ।
 
ଏହି ତନ ମନ ତୁମରି ଯେ ଦାନ
କେବଳ ତୁମରି ପାଇଁ ,
ମିଳେ ଅମୃତ ସୁଖ ତୁମ ନାମ
ଥରେ ଦେଲେ ଖାଲି ଗାଇ  ,
                ସ୍ୱପ୍ନର ସାଧବ  ତୁମେ ମୋ ପ୍ରିୟତମ
                            ମୋ ପ୍ରାଣ ବାନ୍ଧବ,
ପୂର୍ଣ୍ଣତାର ଆଶେ ନିଃସ୍ୱ ମୁଁ ଆଜି
ତୁମରି ସୃଷ୍ଟିରେ ,
ସବୁକିଛି ତୁମ ପାଦ ପଦ୍ମେ ଦେଇଛି ସମର୍ପି
ଏ ବ୍ରହ୍ମାଣ୍ଡ ତୁମରି ମୁଷ୍ଟିରେ ,
              ଧାରା ରୁ ରାଧା ଦିଅ କରି
                      ହେ ଗୋପି ବାନ୍ଧବ ହେ ମାଧବ।
              ସ୍ୱପ୍ନର ସାଧବ  ତୁମେ ମୋ ପି୍ରୟତ୍ତମ
                       ମୋ ପ୍ରାଣ ବାନ୍ଧବ ।
 
 
ଅଣଚାଶ ପବନ ଯାଏ ଚାଲି
ଦେହେ ଭରେ ବଇଶାଖ ତାତି ,
ଏକା ଏକା ଲାଗେ ଆତ୍ମୀୟ ଗହଣେ
ଥରି ଉଠେ ମୋର ଛାତି ,
               କାହିଁ କେତେ ଦୂରେ ଶୁଭେ ମଧୁର ମୂର୍ଚ୍ଛନା
                            ତୋଳେ କେହି ବଂଶୀ ସ୍ୱନ,
ବାଷ୍ପରୁଦ୍ଧ ହୁଏ କଣ୍ଠାଦେଶ
ସବୁ ଲାଗେ ଅଦୃଶ୍ୟ ଅଦୃଶ୍ୟ,
ଅତିତଟା ଯାଇଛି ଯେ ହଜି ସ୍ୱପ୍ନର ସହରେ
ଆଜି ତୁମେ ମୋ ଭବିଷ୍ୟ,
              କାହିଁ କେତେ ଦୂରେ ଶୁଭେ ମଧୁର ମୂର୍ଚ୍ଛନା
                            ତୋଳେ କେହି ବଂଶୀ ସ୍ୱନ।
   ମୁକ୍ତି ନୁହେଁ ଶାନ୍ତି ଦିଅ
                     ହେ ଜଗତ କାରଣ ହେ ନାରାୟଣ ..


Rate this content
Log in