STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ସମ୍ପର୍କର ଡୋର

ସମ୍ପର୍କର ଡୋର

1 min
26.9K


ସମ୍ପର୍କର ଡୋର....


ହସନା ହସନା ତୁମେ ଆଉ
ମିଛି ମିଛିକା
ତୁମେ କି ଭାବୁଛ
ତୁମ ଅନ୍ତର ବେଦନା ବୁଝି ହୁଏନା
ମୁଁ ଜାଣେ ତୁମେ ବଡ ଅଭିନେତା,
ସ୍ରଷ୍ଟା ପୂଜେ, ସୃଷ୍ଟି ପୂଜେ
ପୂଜେ ବିନାସ ତୁମକୁ ନିତି,
ସମୟ ସାଗର ହୁଅ ତୁମେ ପାରି
ସାଥେ ନେଇ ଏକ ସାଥି ,
ରାଇ ହୃଦ କୁହେ ତୁମ ପ୍ରେମ ଗାଥା,
ମୁଁ ଜାଣେ ତୁମେ ବଡ ଅଭିନେତା।


ତୁମ ପ୍ରାପ୍ତେ ବ୍ୟାକୁଳିତ
ଗୋପବାଳୀ ପ୍ରାଣ ,
ମୀରା ମା’ ପାଖେ ପଡିଗଲା ବନ୍ଧା
ତୁମରି ମନ ,
ସବରୀ ଶରଧା ତୁମେ ଭୁଲି ପାରନା.,
ବିରହ ବେଦନା
କଳା ରଙ୍ଗେ ଯିବ କିବା ଲୁଚି ,
ଦିଅ ଭରି ଥାଳ ମୋର
ଲୁହ ତୁମ ପାଶେ ଯାହା ଅଛି  ,
ସମୟ ସେପାରି କୁ ଚାହିଁ 
ତୁମ ପଲକ ପଡେନା
ସବରୀ ଶରଧା ତୁମେ ଭୁଲି ପାରନା।


ବଡ ଦାଣ୍ଡ ଧୂଳି
ଦେହେ ତୁମ ବୋଳି
ଯିବ କିବା ଭୁଲି ତୁମେ ଗୋପପୁର,
ପଥ ଧାରେ ରାଇ
ରହି ଅଛି ଚାହିଁ
ତୁମ ଫେରିବାର ପଥ ହୋଇ ଆତୁର ,
ନିଜ କଥା ଗଲ ଭୁଲି
ଉଡାଇ ପତିତପାବନ ବାନା ,
ହସନା ହସନା ତୁମେ ଆଉ
ମିଛି ମିଛିକା
ତୁମେ କି ଭାବୁଛ
ତୁମ ଅନ୍ତର ବେଦନା ବୁଝି ହୁଏନା।
 


Rate this content
Log in