STORYMIRROR

Kabiratna Nutan Kumar Behera

Others

3  

Kabiratna Nutan Kumar Behera

Others

ସକାଳ ସଞ୍ଜରେ ତୁମକୁ ଡାକିବି

ସକାଳ ସଞ୍ଜରେ ତୁମକୁ ଡାକିବି

1 min
168

ତୁମ ପାଦ ତଳେ ମୋତେ

ଆଶ୍ରୟ ଦିଅ ମହାପ୍ରଭୁ...

ଭବ ସାଗରର ଦୁଃଖ

ନ ରହିବ ମୋ ପାଶେ ଆଉ...

ତୁମ ବାହୁ ଛାୟା ତଳେ ମୁଁ ରହିବି 

ସକାଳ ସଞ୍ଜରେ ତୁମକୁ ଡାକିବି।୦।


ସଂସାରରେ ଦେଖୁଛି ଯା' ସବୁ ମିଛ ମାୟା

ମୁକତି ମିଳେ ନାହିଁ ତୁମେ ନକଲେ ଦୟା 

ଏଇ ଅଛି ଏଇ ନାହିଁର କ୍ରିୟା ପ୍ରକ୍ରିୟା

ନିମିତ୍ତ ମାତ୍ରର ଧନ ସମ୍ପତ୍ତି ଏ କାୟା।


ତୁମ ପାଦ ତଳେ ମୋତେ...

ଜଗତେ ଜଞ୍ଜାଳ ଭରା ନାହିଁ ତାର ସୀମା

ତୁମେ ହିଁ ନିର୍ବିକାର ପ୍ରଭୁ ପରମ ଆତ୍ମା 

ତୁମେ ପ୍ରକୃତି ପୁରୁଷର ସବୁ ସୁଷମା

ତୁମକୁ ବିଶ୍ବ ବ୍ରହ୍ମାଣ୍ଡ କରେ ପରିକ୍ରମା।


ତୁମ ପାଦ ତଳେ ମୋତେ...

ତୁମେ କୃପାସିନ୍ଧୁ ପତିତପାବନବାନା

ଇଚ୍ଛାରେ ତୁମର ପୁରଇ ମନସ୍କାମନା 

ତୁମେ ଅନନ୍ତ ଶକ୍ତି ଦିଅ ଦିବ୍ୟ ଚେତନା

ତୁମକୁ ସକଳ ଜୀବ କରନ୍ତି ପ୍ରାର୍ଥନା।



Rate this content
Log in