Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouranga Patel

Others

3  

Gouranga Patel

Others

ସିଦ୍ଧି

ସିଦ୍ଧି

1 min
230



ବିଚଳିତ କାହିଁପାଇଁ

ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ହେଇସାରିଛୁ

ଏବେ ବର୍ଷାରେ ଭାସିଯା

ଶୀତ ଆସିବ . . . କଅଁଳିଆ ଉଷ୍ମ ପରସ୍ତତଳେ ଢାଙ୍କିହେଇ କେବଳ ମୁହଁଟା ବାହାରକୁ ରଖିଥିବୁ

ଦେଖିଛୁତ . . . ନିଆଁରେ ତରଲିଯିବାପରେ ସୁନା କେମିତି ଚକ ଚକ ଚମକେ !

ଢଳ ଢଳ ହେଇଥିବା ରୂପାରସ ଛାଞ୍ଚରେ ଢାଳି ପିଟି ପିଟି ସାବାଡ଼ କଲାପରେ . . . ମାନମୋହିନୀ ରୂପରେ ଆକାର ନିଏ

ବିନା ଥରଥରିଆ କଷ୍ଟରେ କିଛି ବି ଚମତ୍କାର ଆଶା କରିବୁନି

କ'ଣ ଭାବିଛୁ ଆରାମରେ . . . ଆରାମରେ . . . ଅକ୍ଳେଶରେ ପାଇଯିବୁ ?

ଯଦି କିଛି ଚାହୁଁ ପରିବର୍ତନ ତାହେଲେ ଶୁଣ . . .

କଠିଣ ରୁ କଠିଣ ଅବସ୍ଥା କୁ ସାମ୍ନା କରିବାକୁ ପଡିବ

ତା ପରେ . . .

ହେଇପାରେ . . . ଉଦ୍ଗତହେବୁ 

ତୋ ଇପ୍ସିତ ସ୍ଥିତିରେ


ସେଦିନ ତୁ

ଧୋ ଧୋ ବାୟାଗୀତ ଶୁଣୁଥିଲୁ

ଜହ୍ନମାମୁଁକୁ ସାକ୍ଷୀରଖି କେତେ ଭାତଡାଲମା ଚକଟା ଟକ ଟକ ଗିଳିଦେଉଥଲୁ

ଆଉବି . . . ଗାଈ ପାଇଁ ଗୋଟିଏ ଗୋଲା, ତା ବାଛୁରୀ ପାଇଁ ଆଉ ଗୋଟିଏ 

ସେ ସ୍ୱାଦ ଆଉ ଆଜିର "ମ୍ୟାଗି" ଭିତରେ ପ୍ରତିଯୋଗୀତା ହେଲେ କେଜାଣି କିଏ ଜିତିବ ?

ଗାଁ ବଡଦାଣ୍ଡ ରେ ବରବାବୁର ବରାତଗମନ ଭିଡରେ ବାପାଙ୍କ କାନ୍ଧରେ ବସି ଦେଖଣାହାରୀ ଭାବେ

ଆଃ ! କି ଉଲ୍ହାସ 

ଆଉ ବି . . .

ନଦୀପାର ହୋଇ ଆରଗାଁ ସ୍କୁଲକୁ ପଢିବାପାଇଁ ଯିବା ଟା . . .

କ'ଣ କଷ୍ଟ ନ କରିଛୁ ତୁ !

ଆଜ୍ଞାଙ୍କର ତାଗିଦ ଓ ସୁନ୍ଦର ଢଙ୍ଗରେ ପାଠପଢ଼ାର ବି ସୋପାନ ବି ଡେଇଁ ସାରିଛୁ

ଏବେ ତୋ'ର ସମୟ ଆସିଛି . . . କିଛି କରିକି ଦେଖାଇବାପାଇଁ

ଆଜିର ତୁ ମିମାଂସାରେ

ଘରଲୋକଠୁ ପରଲୋକ ସଭିଏଁ ନିକିତିରେ ତଉଳିବେ

ତା'ପରେ

ମିଶାଣ ଫେଡାଣ ରେ ମନମାଫିକ ମୁଲ୍ୟ ଲଭିବୁତ ଠିକ

ନହେଲେ ତୁ . . . ତୋର ହୋଇ ରହିଯିବୁ, କେହି ଭାଉ ଦେବେନାହିଁ

ଅବଶେଷରେ ଜଣାପଡିଯିବ

ତୁ . . .

ଏକ ଜନସାଧାରଣ

ଅଥବା

ଏକ ସିଦ୍ଧ, ସାବଲୀଳ ବ୍ୟକ୍ତିବିଶେଷ ।



Rate this content
Log in