STORYMIRROR

Bidyutprabha Gantayat

Others

3  

Bidyutprabha Gantayat

Others

ଶୂନ୍ୟ ମୁହୂର୍ତ୍ତ

ଶୂନ୍ୟ ମୁହୂର୍ତ୍ତ

1 min
13.4K


 ଯୋଗାବିଷ୍ଟ କ୍ଷଣଟିଏ

ମଗ୍ନ ମନ ଓ ଚୈତନ୍ୟ

ପ୍ରାଣାୟମର ପରମରେ

ଯେଉଁଠି ନିଜକୁ ପାଏ

ସତ୍ତାର ସ୍ଥିତି ବୁଝେ

ପୁଣି ବୁଝି ପାରେନାହିଁ

ସେ ଏକ ଶୂନ୍ୟ ମୁହୂର୍ତ୍ତ

ଏକ ଆଳାପିତ ସନ୍ଧିକ୍ଷଣ

ଶ୍ବାସ ପ୍ରଶ୍ବାସର କମ୍ପନ ବି

ବ୍ୟାଘାତ କରିପାରେ

ପରିପୃକ୍ତ ପ୍ରାଣମୟତାକୁ।

ବିପୁଳରେ ବିଲୁପ୍ତିର

ମଧୁମୟ ବିନ୍ୟାସକୁ

ମହାର୍ଘ୍ୟ ପ୍ରାପ୍ତିର

ଶୁଭ୍ର ରଶ୍ମୀଧାରେ

ସର୍ବମୟର ଅନୁଭବ

ନିବିଷ୍ଟ ସାଧନାରୁ

ନିବିଡ ନିକଟରୁ

ସମାଧିକୁ...

ଆଉ ମାତ୍ର ଦୁଇ ପାଦ।

(ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍