STORYMIRROR

Prakash Ranjan Parida

Others

3  

Prakash Ranjan Parida

Others

ଶୂନ୍ୟ ଦିଗନ୍ତ

ଶୂନ୍ୟ ଦିଗନ୍ତ

1 min
14.2K


ଖୁବ ବେଶି ଏକା ଏକା ଲାଗେ

ନିଝୁମ ରାତେ ଜ୍ୟୋତ୍ସ୍ନା ଜଳେ ସ୍ନାନ କଲାବେଳେ

ନିଃସଙ୍ଗତାର ନିଶାରେ ମାତାଲ ହୋଇ

ନିଜକୁ ମୁଁ ଖୋଜିହୁଏ

ବିସ୍ମୟରେ ନିଜକୁ ଅନାଏ,

ରାତ୍ରୀ ଶେଷର ମଉଳା ଜହ୍ନକୁ ଆପଣା ମଣିଷ ଠିକଣା ପଚାରି

ପରିଶେଷେ ମୋ ଛାଇ ମତେ ହିଁ ଡରାଏ,

ଆପଣା ମଣିଷଙ୍କ ଭଲ ପାଇବା

ମତେ ଖୁବ ବେଶୀ କନ୍ଦାଏ ।

ଦୁନିଆର କପଟ ରାସ୍ତାରେ ଜୀବନ ବାଟ ବଣା ହୁଏ,

ଆଖି କୋଣେ ଢଳ ଢଳ

ଦି’ଟୋପା ଲୁହକୁ ପୋଛି ଦେବା ପରେ

କିଏ କେଜାଣି ପୁନର୍ବାର ଆଖିରେ ମୋ ସ୍ଵପ୍ନ ରଙ୍ଗ ମାଖେ ।

ଜୀବନର ଲମ୍ବା ପଥ ଲମ୍ବିଥାଏ

ଶୂନ୍ୟ ଦିଗନ୍ତର ସେପାରି ଯାଏ

ଯେଉଁଠୁ ସ୍ଵପ୍ନ ଖୋଜୁ ଖୋଜୁ ଅନେକବାର ନିଜକୁ ହଜାଏ । ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍