ଶ୍ରୀ ଗୁଣ୍ଡିଚା ରଥଯାତ୍ରା
ଶ୍ରୀ ଗୁଣ୍ଡିଚା ରଥଯାତ୍ରା
ସେ ଜଗତରାଜା ହେଇ ସାଜସଜା
ଆସିଛନ୍ତି ନୀଳାଚଳ ଧାମେ
ହିନ୍ଦୁ ସମାଜର ପରମ ଆରାଧ୍ୟ
ନିଳାଦ୍ରିବିହାରୀ ପ୍ରଭୁ ତୁମେ ।
ଏୈତିହ ସଂସ୍କୃତି ପରମ୍ପରା ଏତ
ରଥଯାତ୍ରା ପାଇଁ ଅକ୍ଷୂର୍ଣ୍ଣ ସତ
ବିଦିତ ସେ ପୌରାଣିକ କିମ୍ବଦନ୍ତୀ
ଭକ୍ତ ପାଇଁ ତ ବିରାଟ ଯାତ ।
ନିଘଞ୍ଚ ଅରଣ୍ୟେ ବିନମ୍ର ନୟନେ
ବିଶ୍ଵାବସୁ ଥିଲେ ଧ୍ୟାୟି
କିନ୍ତୁ ବିଦ୍ୟାପତି କୌଶଳରେ ଅତି
ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଭୁଦେଲେ ନେଇ ।
ନିଷାଦରାଜା ଅଳ୍ପେ ବୁଡ଼ିଲା ହେଜା
ବିଷାଦେ ହେଲା ମ୍ରିୟମାଣ
ଗିରି କନ୍ଦର ସେ ଖୋଜେ ତରବର
ଏଷଣୀୟ ପ୍ରଭୁ ଦିଅ ଦର୍ଶନ ।
ସାର୍ଥକ ନୁହଁ ତିଳେ ଅନ୍ତରେ ଅସୁ
ସେ ରଙ୍କରତନ ଅନ୍ତରାଳେ
ଆତୁରେ ବିଶ୍ୱାବସୁ ଇନ୍ଦ୍ରଦ୍ୟୁମ୍ନଙ୍କ
ସମ୍ମୁଖେ ସ୍ୱତଃ ଅଭିଳାଷ ଭାଳେ ।
ଅସ୍ପୃଶ୍ୟତା ସର୍ତେ ହେଲା ପଥରୋଧ
କୁହେଳିକା ପ୍ରାୟ ଢାଙ୍କିଲା ଜାତିଧର୍ମ
ଭବାରାଧ୍ୟ ସେଇ ଭକ୍ତର ଭଗବାନ
ଭକ୍ତିରେ ନୁହେ କିଛି ବିଷମ ।
ରାଣୀ ଗୁଣ୍ଡିଚାଙ୍କୁ ହେଲା ସ୍ଵପ୍ନାଦେଶ
ବଡଦାଣ୍ଡେ ହେବ ଏ ବିରାଟ ଯାତ
ଜାତି ଧର୍ମ ବର୍ଣ୍ଣର ଜହିଁ ନଥିବ ସ୍ଥାନ
ଐଶ୍ୱୁର୍ଯ୍ୟେ ମିଳିବ ଜଗା ଦର୍ଶନ ।
ଭାଇ ଭଉଣୀଙ୍କୁ ସଙ୍ଗରେ ଘେନି
ବଡ଼ଦାଣ୍ଡେ ବିଜେ କଳାସାଆନ୍ତ
ଅଧା ଗଢାଦିଅଁ ଚକା ଦାରୁବ୍ରହ୍ମ
ବିଶ୍ଵନିୟନ୍ତା ପ୍ରଭୁ ଯଶୋବନ୍ତ ।
