STORYMIRROR

Ankita Priyadarsini Sahu

Others

4  

Ankita Priyadarsini Sahu

Others

ଅଫେରା ରାଜ୍ୟର ପଥିକ

ଅଫେରା ରାଜ୍ୟର ପଥିକ

1 min
404


ବାଟୋଇ ସାଜିଥିଲି ଆଜି ମୁଁ ଅଜଣା ବାଟରେ

ନିଶ୍ଚିନ୍ତରେ ବିଲୀନ ଥିଲି ମୁଁ ସେଇ ପଞ୍ଚଭୂତରେ ।।


ନାଁ ଅନୁଭୂତି ନାହିଁ ମୋ ଉତ୍ପତ୍ତିର କଥା ଏଠି ଆଉ

ସମୟ ଆସିଲେ କହିବେନି ଆଉ ଟିକିଏ ରହିଥାଉ ।।


ପାହାନ୍ତା ପହର ହୁଏ ଥରଥର ଆଣିଚି ଏକ ବାରତା

ପାନ୍ଥଶାଳାରେ ମୋ ପରାଣ ପୁରିଲା ଇଏ କି ନିଷ୍ଠୁରତା।।


ସମୟ ଚକରେ ପୁରିଲା ସମ୍ପର୍କ ହୋଇଗଲା ଶେଷ

ନାହିଁ ଆଜି ଅପବାଦ ମୋ ପାଇଁ କରନ୍ତି ଅବଶୋଷ ।।


ସଜାଇଦିଅନ୍ତି ଦେଇ ମୋତେ ସୁନ୍ଦର କୁସୁମିତ ଫୁଲ

ଜୀବନେ କିଛିନାଇଁ ଆତ୍ମୀୟଙ୍କ ସେଇ ସ୍ନେହର ମୂଲ ।।


କେମିତିଆ ଏଇ ଏକ ଦିନ ଉଣାକରେ ସଭିଙ୍କ ମନ

ନିର୍ଝରିଣୀ ସାଜି ଝରୁଚି ମୋ ପାଇଁ ଲୁହର ଚିହ୍ନ ।।


ଆସିଥିଲି ରଡି କୁଆଁକୁଆଁ ମନେ ଭରିଥିଲି ଖୁସି

ରାମ ନାମ ସତ୍ୟରେ ଆଜି ଯାଉଚି ମୋ ଘର ଭାସି ।।


ବନ୍ଧା ହେବି ମୁଁ ଚାରି କାନ୍ଧରେ ବାହୁଡ଼ିବି ସତ୍ୟପଥେ

ସାଙ୍ଗରେ ନେଇ ମୌନ ପ୍ରତିଛବି ନିଦ୍ରାଯିବି ନିଶ୍ଚିନ୍ତେ ।।


ସମୟ ସଂଗ୍ରାମରୁ ଓହରିଯିବ ଆଜି ମୋରି ନାମ

ଶୁଦ୍ଧିକ୍ରିୟା ସରିଲେ ମନେ ରହିବ ଖାଲି ମୋ କର୍ମ ।।


ତେଲ ଲୁଣ ସଂସାର ସାଗରେ ଏଇ ଏକମାତ୍ର ସତ୍ୟ

ସେଇ ଅଫେରା ରାଜ୍ୟର ସମସ୍ତେ ଘେନନ୍ତି ଦାସତ୍ଵ ।।



Rate this content
Log in