Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ankita Priyadarsini Sahu

Others

3.4  

Ankita Priyadarsini Sahu

Others

ଛଳନା

ଛଳନା

1 min
370


ସମ୍ପର୍କର ଶଙ୍ଖ ମଲମଲ ପାଣିରେ

ଯେବେ ମୁହଁ ଧୋଉଥିଲ

ମନରେ ଥରୁଟିଏ ମୋ କଥା

ଉଙ୍କି ମାରିଲାନି କି

ସେ ଥଟା ପରିହାସ ହସ କାନ୍ଦ ର ପ୍ରୀତି

ବନ୍ଧା ପଡିଗଲା କି ଛଳନା ଛାନ୍ଦରେ |


କଣ ଥିଲା ସେ ଭଲପାଇବାର ପ୍ରୟୋଜନ

ଶୁଷ୍କ ମନରେ ଆଜିବି

ରଖିଦେଇଚି ଅନେକ ଶୁଷ୍କତାର ଚିହ୍ନ

ଛଳନା, ପ୍ରତାରଣା ସ୍ଵାର୍ଥର ଦାବାଗ୍ନି

ସହିବି କିପରି ନୁହେଁ ମୁଁ ପଥର

ନୁହେଁ ମୁଁ ଯାଜ୍ଞସେନୀ |


ତୋ ଛଳନାରେ ଯଦି ଥିଲା ତୋର ଖୁସି

ତୋ ସ୍ଵାଧୀନତା

ପ୍ରେମର ପରିଧି ବାନ୍ଧି ନଥାନ୍ତି

ମୋ ହୃଦୟର ଅସଜଡ଼ା ଆଶ୍ରାରେ

ଆଖି ବୁଜି ସହିଜାଇଥାନ୍ତି

ଜାଣିଥିଲେ ତୋ ବିଦାୟର ବାର୍ତ୍ତା |


ଚାଲିବାକୁ ଥିଲା କାହିଁ କେତେ ବାଟ 

ହେଲେ ତୁ ମୋ ସାଥି ନହେଲୁ

ତୋ ଛଳନା ପାଇଁ

ଆଜି ମୋ ମନେ ଅଶାନ୍ତି ଅଳନ୍ଧୁ

ବାସ୍! ଟିକିଏ ଦେଖି ଯା ।


ଚାହୁଁଥିଲି ତୋ ଠୁ ପ୍ରେମ ଆଦର

ଟିକି ମନ ବେଦନାରୁ ଭୁଲିଗଲୁ ମୋତେ

ସ୍ଵପ୍ନ ଯେବେ ଅଜାଣତେ

ଦେଖୁଥିଲି ଅପରପାର୍ଶ୍ୱେ

ତୋ ଅନ୍ତରାତ୍ମା କହୁଥିଲା ଗୋଟେ କଥା

ଛଳନା ଛଳନା ଛଳନାର ବାର୍ତ୍ତା |


Rate this content
Log in