Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ankita Priyadarsini Sahu

Others

4.2  

Ankita Priyadarsini Sahu

Others

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
309


        

ଦୁନିଆ ଦୁଆରେ ଏକ

ସ୍ମୃତି ସମୁଜ୍ଜ୍ବଳ ଦୀପ ଯାହା ମଣିଷ କୁ

ଜନ୍ମ ଜନ୍ମାନ୍ତର ପାଇଁ

ପ୍ରୀତି ପରଶେ ବାନ୍ଧି ରଖିଥାଏ 

ପ୍ରେମରେ ପ୍ରେମରେ……………… ||


ନୁଆଁ ଏକ ରଙ୍ଗରେ

ଆବଦ୍ଧ ହୋଇ ରହିଥାଏ ଦୁନିଆଁ

ପ୍ରୀତିର ଫଲଗୁଧାରା

ଅବିରତେ ବହିଥାଏ ଦେହସାରା

ପ୍ରେମରେ ପ୍ରେମରେ………….. ||


ସ୍ରୁଷ୍ଟି ର ସୀମାନ୍ତ ପୁଣି

ସ୍ଵପ୍ନ ର ସେଇ ବାସ୍ତବତା ର ବହ୍ନିର ବାସ୍ନା

ମନ ତୃଷ୍ଣା ମେଣ୍ଟାଇଥାଏ

ଅବା ବିଫଳେ ଭରିଦିଏ ସ୍ଵାର୍ଥ

ପ୍ରେମରେ ପ୍ରେମରେ………….. ||


କହେ ନାଁ କେବେ

ଜାତି ଧର୍ମ ବର୍ଣ୍ଣ ର ତତ୍ତ୍ଵବିଶେଷ

ନିଃସ୍ୱାର୍ଥପର ଭାବରେ ମନର 

କୋଣ ଅନୁକୋଣେ

ଫୁଟି ଉଠିଥାଏ 

ପ୍ରେମରେ ପ୍ରେମରେ…………… ||


ନୈସର୍ଗିକ ସୁଷମାର ପ୍ରେମ ଏକ 

ଭାବୁସି ଗନ୍ତାଘର 

ଦିନ ହୁଏ ସୁନାଝରା ଓ 

ରାତି ହୁଏ ପ୍ରୀତିଭରା 

ସାତରଙ୍ଗୀ ସପ୍ତକଳା ଆଙ୍କେ 

ସେ ଆକାଶ ବକ୍ଷରେ 

ପ୍ରେମରେ ପ୍ରେମରେ……….. ||



Rate this content
Log in