Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ଶ୍ରଦ୍ଧାଂଜଳି

ଶ୍ରଦ୍ଧାଂଜଳି

1 min
6.7K



ପ୍ରିୟା ମୋର ସମାଧିରେ ଦିଏ ଶ୍ରଦ୍ଧାଂଜଳି

ଅତୀତର ସ୍ମୃତି ଆଉ ଲୁହଲହୁ ଢାଳି ॥


ଅମର ଆତ୍ମାଟା ମୋର ହୁଏ ଛଟପଟ

ପାଇବାକୁ ପ୍ରିୟାସାଥେ ମିଳନର ଭେଟ ॥


ପ୍ରିୟାବିନା ଅତୃପ୍ତ ମୋ ଆତ୍ମାଟା ଜଳୁଛି

ରାତିଦିନ ସମାଧିରେ ଗୁମୁରି କାନ୍ଦୁଛି ॥


ବିରହର ଜ୍ୱାଳା ମତେ କରିଅଛି କାବୁ

ବର୍ଷବର୍ଷ ବିତୁ ତୋର କଥା ଭାବୁଭାବୁ ॥


ଭାବିବିନି ପର ତତେ କରିଛି ଅପେକ୍ଷା

ମରିବି ଝୁରୁଛି ମନେବହି ପ୍ରେମଦୀକ୍ଷା ॥


କୁଆଡେ ଯାଇନି ତତେ ଛାଡି ଏକାଏକା

ଏଇଠେ ମୁଁ ଅଛି ଖୋଲି ହୃଦୟ ଝରକା ॥


ଛାଇପରି ତୋର ପାଶେ ଅଦୃଶ୍ୟେ ରହିଛି

ଅନୁଭବେ ହୃଦୟରେ ଜାଣୁଥିବୁ କିଛି ॥


ମଶାଣିର ପାଉଁଶରେ ପାଇବାକୁ ସ୍ପର୍ଶ

ଆସିବୁକି ପ୍ରିୟା ଜୁଇ ହେଇ ଏଇବର୍ଷ ॥


ତେବେ ମୁଁ ଲଭିବି ଶାନ୍ତି ପୁରିବ କାମନା

ତୋ ଚିତାନିଆଁରେ ଜଳିଯିବ ମୋ ବାସନା ॥


ତେବେ ସଦ୍ଗତି ପାଇବ ଆମ ଦୁଇ ଆତ୍ମାପକ୍ଷୀ

ଏପ୍ରେମ କାହାଣୀ ଯିବା ପାଉଁଶରେ ଲେଖି ॥


ଶରତ ଚନ୍ଦ୍ର ଜାଲି

ତା:୧୨/୦୮/୦୧୮


Rate this content
Log in