Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

3  

DILIP KUMAR SAHOO

Others

ଶ୍ରାବଣୀ ବ୍ରତକୁ ମନା

ଶ୍ରାବଣୀ ବ୍ରତକୁ ମନା

1 min
183


ପୁଣି ଏସନ ଶ୍ରାବଣୀ ବ୍ରତରେ

ଜାରିହେଲା କଟକଣା

କରୋନା କୋପରେ କାଉଡ଼ିଆଙ୍କୁ ତ

 ପାଣି ଉଠାଇବା ମନା। 


ଶ୍ରାବଣରେ ଜଳଲାଗି ହେବନାହିଁ

ପାର୍ବଣେ ଦେଉଳ ଖାଲି

କାଳର ଭୟରେ ମହାକାଳ ସତେ

ଭକ୍ତଙ୍କୁ ଗଲେଣି ଭୁଲି ।


ଏ ସନ କେଉଁଠି ଶୁଭିବନି ଆଉ

ବୋଲ୍ ବମ୍ ବୋଲ୍ ବମ୍

ଦିନକୁ ଦିନ ତ ଭୟ ବଢାଉଛି

କରୋନା ରାକ୍ଷସ ଦମ୍ ।


ପ୍ରଥମ ଦ୍ୱିତୀୟ ଲହରୀ ପଛକୁ

ତୃତୀୟ ତରାଟେ ଆଖି

ପୂଜା ପାର୍ବଣରେ ଗହଳ ଚହଳ

ରୋଗ ଆଣିପାରେ ଡାକି।


ଏବେଠୁ ନହେଲେ ସାବଧାନ ଆମେ

ପାଇବାନି ଥଳକୂଳ

ବାଳ ବୃଦ୍ଧଙ୍କୁ ଏ ତୃତୀୟ ଲହରୀ

ଅକାଳେ ହୋଇବ କାଳ ।


ବାଘ କାମୁଡାଠୁ ବାଘ ଘୋଷଡାର

ଯାତନା ବଳାଇଯାଏ

କରୋନା ଆକ୍ରାନ୍ତ ବଳିଯାଏ କଷ୍ଟ

ଅସହ୍ୟ ଯନ୍ତ୍ରଣା ଦିଏ ।


ହେଳା କରେ ଯିଏ ଭେଳା ବୁଡେ ତାର

ଅକାଳରେ ଯାଏ ପ୍ରାଣ

କଟକଣାକୁ ତ ମାନି ନ ଚଳିଲେ

ନାହିଁ ଆମ ପରିତ୍ରାଣ ।


ଆହେ ସଦାଶିବ କେବେ ଦୟା ହେବ

କରୋନାର ହେବ ଅନ୍ତ

ନିର୍ଭୟରେ ଆମେ ପାଳନ କରିବୁ

ପୂଜା ପର୍ବ ଓଷା ବ୍ରତ !



Rate this content
Log in