STORYMIRROR

Hemanta Kumar Nayak

Others

3  

Hemanta Kumar Nayak

Others

ଶିଳ୍ପୀ

ଶିଳ୍ପୀ

1 min
239


( ପ୍ରଥମ )


ପୃଥିବୀ ବସିଛି ପ୍ରଗତିର ରଥେ

ଦୃତ ଶିଳ୍ପାୟନ ସାରଥୀ ଇଙ୍ଗିତେ

ଶିଳ୍ପର ସମ୍ରାଟ ପିଟନ୍ତି ଡେଙ୍ଗୁରା

ମୋ ପରି ସଂସାରେ ଅଛ କିଏ ପରା 

କେବେ ବିଶ୍ଵକର୍ମା ଥିଲେ ଏ ସଂସାରେ

ଏବେ ସେ ଆସନ ହାତ ପାଆନ୍ତାରେ ।।

---------- ------- ----------- ---------

      ( ଦ୍ଵିତୀୟ )


ହୋଇ ପାର ତୁମେ ବିଶ୍ଵ ଶିଳ୍ପପତି

ଥାଇପାରେ ପାଖେ ଟଙ୍କା କୋଟି କୋଟି

ଦେଖିଛକି କେବେ ଟିକିଏ ଉର୍ଦ୍ଧ୍ବକୁ ?

ଆଉ କେହିଜଣେ ଗଢ଼ନ୍ତି ସ୍ୱର୍ଗକୁ ।।

------ -------- ------- ----------

       ( ତୃତୀୟ )


କୋଟି କୋଟି ତାରା 

କେଡ଼େ ବସୁନ୍ଧରା !

ସଭିଙ୍କୁ ଗଢ଼ିଲେ 

ସଭିଙ୍କୁ ପାଳିଲେ ,

ମଣିଷ ଏମିତି କେତେ ଆସି ଗଲେ ।


କେହି କାହା ସଙ୍ଗେ ମିଶିଲେ ନାହିଁ ,


ଭିନ୍ନ ଭିନ୍ନ ରୂପ...

ଭିନ୍ନ ଭିନ୍ନ ସ୍ବର...

ଭିନ୍ନ ଭିନ୍ନ ମନ...

ଭିନ୍ନତା କାମର ...

ସବୁ ଯେ ସ୍ୱତନ୍ତ୍ର ହୋଇଛି ରହି ।।

------- ------ -------- -------

     ( ଶେଷରେ )


ବିକ୍ଷିପ୍ତ ମୁଣ୍ଡରେ

         ଅସରନ୍ତି କଳା ,

ଧନ୍ୟ ଶିଳ୍ପୀ ତୁମ

         ଏ ବିଚିତ୍ର ଲୀଳା


Rate this content
Log in