Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

DILIP KUMAR SAHOO

Others

4.5  

DILIP KUMAR SAHOO

Others

ଶେଷ ନିଷ୍ପତ୍ତିରେ ଗଡିଲା ରଥ

ଶେଷ ନିଷ୍ପତ୍ତିରେ ଗଡିଲା ରଥ

1 min
64


 

  

  ଶେଷ ନିଷ୍ପତ୍ତିରେ ଗଡିଲା ରଥ

  ବିନା ଭକ୍ତେ ହେଲା ଗୁଣ୍ଡିଚା ଯାତ।

  ସେବକ ଟାଣିଲେ ରଥକୁ ଯାଇ

  କଟକଣା ଥିଲା ସଭିଙ୍କ ପାଇଁ ।

  ମହାପ୍ରଭୁଙ୍କର ସବୁତ ମାୟା

  ମୋ ପାଇଁ କରିଲେ ଅସୀମ ଦୟା ।

  ରଥଯାତ୍ରାର ଏ ଅପୂର୍ବ ଲୀଳା

 ଦୂରଦର୍ଶନ ତ ପ୍ରସାର କଲା ।

 ଦୂରଦର୍ଶନ ଓ ଦିଅଁଙ୍କ ପାଇଁ

 ଭକ୍ତ ଶୂନ୍ୟ ଯାତ ଦେଖିଲି ମୁହିଁ ।

 ମହାପ୍ରଭୁ ମୋତେ ସୁଯୋଗ ଦେଲେ

 ଦୟା ବରଷି ସେ ଶ୍ରୀକ୍ଷେତ୍ରେ ନେଲେ ।

 ସ୍ନାନ ପୂର୍ଣ୍ଣିମାରେ ଯାଇ ମୁଁ ଥିଲି

 ଗୁଣ୍ଡିଚାରୁ ପୁଣି ସେବା କରିଲି ।

 ଯାତ ଦିନ ଯେଉଁ ଦାଣ୍ଡ ଉଛୁଳେ

  ଭଜନ କୀର୍ତ୍ତନ ଉଦଣ୍ଡ ତାଳେ,

 ଲାଗୁଥିଲା ସେହି ଦାଣ୍ଡତ ଖାଲି

 ପ୍ରଭୁ ଯାଉଥିଲେ ରଥରେ ଝୁଲି ।

 ପ୍ରଶାସକ ଆଉ ଆରକ୍ଷୀ ମିଶି

 ଦୂରୁ ନିୟନ୍ତ୍ରଣ କରିଲେ ବସି ।

 ଆଷାଢୁଆ ଖରା ତତଲା ଭାରି

 ସେବକଙ୍କୁ ଦେଲା ହାଲିଆ କରି ।

 ଘଣ୍ଟାକ ଆଗରୁ ରଥ ତିନୋଟି

 ଶରଧାବାଲିରେ ଗଲେ ପହଞ୍ଚି ।

 ଗୁଣ୍ଡିଚା ବାସି ତ ଆଡପ ବିଜେ

 ଗୋଟି ପହଣ୍ଡିରେ ପ୍ରଭୁ ଗଲେ ଯେ ।

 ଆଡପ ମଣ୍ଡପେ ପ୍ରବୃତ୍ତ ରାସ

 କାଳିଆ ଅଧରେ ଅବୁଝା ହସ ।  

 ହେରାପଞ୍ଚମୀ ରେ ଲକ୍ଷ୍ମୀଙ୍କ ଲିଳା

 ପାଖେ ଦେଖି ନେତ୍ର ପବିତ୍ର ହେଲା ।

 ସପ୍ତମୀ ରେ ରଥ ଦକ୍ଷିଣ ମୋଡ

 ନଥିଲେ ଭକତ ନଥିଲା ଭିଡ ।

 ବାହୁଡାରେ ପ୍ରଭୁ ଆସିଲେ ଫେରି

 ରଥେ ଦେଖି ଆଖି ଗଲାମୋ ପୂରି ।

 ପ୍ରଭୁ ହେଲେ ଯେବେ ସୁବର୍ଣ୍ଣ ବେଶ

 ସେ ରୂପକୁ ଦେଖି ମନ ହରସ ।

 ନଥିଲା ଗହଳି ନଥିଲା ଭିଡ

 ଖୁସିରେ ପ୍ରଭୁଙ୍କୁ ଦେଖିଲା ମୁଢ ।

 ସୁନାବେଶ ବାସୀ ଅଧରପଣା

 ଅଶରିରୀ ସବୁ ହୋଇଲେ ବଣା ।

 ଶେଷରେ ପ୍ରଭୁଙ୍କ ନୀଳାଦ୍ରୀ ବିଜେ

 ଭାବ ଭକତିରେ ପରାଣ ଭିଜେ ।

 ଏସନ ରଥକୁ ହେବନି ଭୁଲି

 ପ୍ରତ୍ୟକ୍ଷ ଦର୍ଶନେ ଧନ୍ୟ ମୁଁ ହେଲି।

 ଶେଷ ନିଷ୍ପତ୍ତିରେ ହୋଇଲା ଯାତ

 ସାର୍ଥକ ହେଲା ମୋ ଜୀବନ ପଥ ।


  

  


 



Rate this content
Log in