STORYMIRROR

Madhab Chandra Jena

Others

3  

Madhab Chandra Jena

Others

ସେଇଠି ମୁଁ ରୁହେ

ସେଇଠି ମୁଁ ରୁହେ

1 min
401


ଦେଖ ଯେଉଁଠି

ମାଟି ଓ ଆକାଶ

ମିଶି ଗଲା ପରି

ଦେଖା ଯାନ୍ତି

ସେଠି ମୋ ଗାଁ

ଗୋଟେ ମାଟି ଘର

କଣାରେ ଗୋଟେ କାଠ ବାକ୍ସ

ବାକ୍ସ ଭିତରେ ମୋ ଜେଜେଙ୍କ

ଭାଗବତ,ମୋ ପିଲା ଦିନର କିଛି ବହି

ଆଉ କିଛି ସାଦା କାଗଜ

ମୁଁ ୟାରୀ ଭିତରେ ରୁହେ

ସ୍ବପ୍ନ ଦେଖୁ ଥାଏ

କେହି ମତେ ଅନ୍ଧାର କେହି ନିରାଶ

କେହି ଉଦାସିର ରୂପ ଦିଅନ୍ତି

ମୁଁ କିନ୍ତୁ ନିଜକୁ ଏବେବି

ଯୁବା ଅନୁଭବ କରେ

ସେଇଠି ଯେଉଁଠି ମାଟି ଆଉ ଆକାଶ

ମିଶି ଗଲା ପରି ଦେଖା ଯାଆନ୍ତି

ସେଇଠି ମୁଁ ରୁହେ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍