ସେଇ ଝରଣା ରକୂଳେ
ସେଇ ଝରଣା ରକୂଳେ
1 min
250
ସେଇ ଝରଣାର କୂଳେ
ଫେରିବାକୁ ଚାହେଁ ମୋ ଗାଁ ମାଟିରେ
ସେଇ ଝରଣାର କୂଳେ
ସେଇ ନାଇଁ ପଠl ଧlନ ବିଲ ଘେରା
ପିୟା ସେଇ ତୋଟା ମlଳେ (୧)
କେତେ ବସନ୍ତର ସୁନ୍ଦର ସ୍ମୃତିର
ଅଭୁଲା କାହାଣୀ ସବୁ
ଶୋଇଛନ୍ତି ସେଠି ସିନ୍ଦୁକ ଭିତରେ
ମତେ ଠାରେ ଦେଖିବାକୁ (୨)
ବରଗଛ ମୂଳ ଗାଆଁ ଠାକୁରାଣୀ
ଦଣ୍ଡ ନାଚ ଝାମୁଚଲା
କୁଆଁର ପୂନେଇଁ ପାଳ ଭୁତ ନାଚ
ରଜଦୋଳି ବଦୀପାଲା (୩)
ଗାଆଁ ତୋଟା ମlଳେ ହଳଦୀବସନ୍ତ
କୋଇଲିର କୁହୁ ତାନ
କେତେ ଭୋଜି ଭାତ ସାଙ୍ଗ ସାଥି ମେଳେ
ପୋଡ଼ପିଠା ରଜ ପାନ (୪)
ଦୂର ପ୍ରବାସରେ ଗାଆଁ ଛବି ମୋର
ବେଶୀ ଥର ମନେ ପଡେ
ଭାବିଲେ ସେକଥା କାହିଁକି କେଜାଣି
ନୟନୁ ଲୋତକ ଗଡେ (୫)
