Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Others

3  

Saroj Kumar Jena

Others

ସାହା ଆମ୍ଭଙ୍କୁ ମୃତ୍ୟୁଞ୍ଜୟ

ସାହା ଆମ୍ଭଙ୍କୁ ମୃତ୍ୟୁଞ୍ଜୟ

1 min
394



 ଜଗତ କାନ୍ଦୁଛି ଈଶ୍ୱର ।

   ରକ୍ଷାକର ହେ ମହେଶ୍ୱର ।।

ସହସ୍ର ଜନତା ମରଣ ।

   ବସି ଦେଖୁଛ ତ୍ରିଲୋଚନ ।।

କେଉଁଠୁ ଆସିଲା ଏ ବ୍ୟାଧି 

  ନାହିଁ ଯାହାର ମହୌଷଧି ।।

ଚାଇନା ଜନ ହୋଇ ଅନ୍ଧ ।

 ଖାଇଗଲେ ଖାଦ୍ୟ ଅଶୁଦ୍ଧ ।।

ଜାତ କଲା ରୋଗ ଅଜଣା ।

   ତାହାର ନାମଟି କରୋନା ।।

ବିଶ୍ଵ ବାସୀ ହୋଇ ଆକ୍ରାନ୍ତ ।

   ନିତି ହୁଅନ୍ତି ହନ୍ତସନ୍ତ ।।

ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ସୁପାରି 

  ବୋଲିଲା ଅଟେ ମହାମାରୀ ।।

ବିଶ୍ୱକୁ କରିଲା ସତର୍କ ।

  ବେଳନ୍ତୁ ହୁଅ ସର୍ବେ ଏକ ।।

ସଭିଏଁ ହୁଅ ସାବଧାନ ।

  ଏ ରୋଗ ମହାମାରୀ ଜାଣ ।।

କାୟା ତା କରିଛି ବିସ୍ତାର ।

  ମାନୁନାହିଁ କାହା ଶରୀର ।।

ମୃତ୍ୟୁ ଶର୍ଯ୍ୟାରେ ପ୍ରତିଦିନ ।

  ସହସ୍ର ଯାଉଛି ଜୀବନ ।।

ଦେଖି ଏହାକୁ ସରକାର ।

  କରିଛନ୍ତି ସେ ଉପଚାର ।।

ଗ୍ରାମଠୁ ସହର ବଜାର ।

  ବନ୍ଦ ରହିବ ନିରନ୍ତର ।।

କେଉଁଠି ହେବନି ଗହଳି ।

   ରହିବଟି ଦରଜା କିଳି ।।

ଲକ୍ ଡାଉନକୁ ପାଳନ ।

  ମାନି ଚଳିବ ସର୍ବ ଜନ ।।

ହାତକୁ ସଫାଟି କରିବ ।

  କରୋନା ତେବେ ନ ହୋଇବ ।।

ଶୁଣହେ ମୋ ପାର୍ବତୀ ପତୀ ।

   ଦୂରେଇ ଦିଅ ଏ ବିପତ୍ତି ।।

ଜାଣିଛି ଏ ସାରା ଜଗତ ।

  ଆୟୁର୍ବେଦ ତୁମଠୁ ଜାତ ।।

ଖଞ୍ଜିଦିଅ ପ୍ରଭୁ ଔଷଧ ।

    କରୋନା ହୋଇବ ଯେ ବଦ୍ଧ ।।

ବିଳମ୍ବ ନକରି ମହେଶ ।

   ମହାମାରୀ କୁ କର ନାଶ ।।

କରୋନା କୁ କରନି ଭୟ ।

   ସାହା ଆମ୍ଭଙ୍କୁ ମୃତ୍ୟୁଞ୍ଜୟ ।।



Rate this content
Log in