ରଥ
ରଥ
1 min
182
ରତନ ବେଦୀରୁ ଶରଧା ବାଲିକୁ
ଓହ୍ଲାଇ ଆସିଛ ଆଜି
ଭକତ ଭାବରେ ଭକତ ପ୍ରେମରେ
ଭକତର ପାଇଁ ସାଜି (୧)
ମନେପଡେ ଆଜି ଦାସିଆ ନଡ଼ିଆ
ବନ୍ଧୁ ମହାନ୍ତିର କଥା
ମନେପଡେ ଆଜି କାଞ୍ଚି ଅଭିଯାନ
ମାଣିକର ଦହି କଥା (୨)
ଭକତର ତୁହି ଅତି ଆପଣାର
ପ୍ରେମର କାଳl ଠାକୁର
ରଥର ଉପରେ ଭକତର ପାଇଁ
ସୁନ୍ଦର ତୋ ଆବତାର (୩)
ରଥ ଯାତରାରେ ଭକତ ନଦେଖି
ରାଗିବନି ଜଗନ୍ନାଥ
ତୁମେତ ଜାଣିଛ କରୋନା ପ୍ରକୋପେ
ଭକ୍ତ ତୁମ ସ୍ତମ୍ଭୀଭୂତ (୪)
ଜାଣିଛି ଏ ଦିନ ରହିବନି କlଲି
ଭକତ ଫେରିବେ ଫୁଣି
ଦେଖି ଚକl ଆଖି ଗୁହାରି କରିବେ
ପିଇ ତ ଟଙ୍କ ତୋରାଣି (୫)
