STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଋଣ ଭାର

ଋଣ ଭାର

1 min
173


ଋଣ ଭାର ଆଜି ଗ୍ରାସିଛି ସମସ୍ତଙ୍କୁ 

ନିର୍ଦ୍ଦୋଷ ପାଇ ଦଣ୍ଡ।

ସୁଝି ନପାରି ଚାଷୀ ର ଆତ୍ମହତ୍ୟା

 କଟିଗଲା କହା ମୁଣ୍ଡ ।


ଋଣ ପାଇଁ ଚାଲେ ଲାଞ୍ଚ ଦିଆ ନିଆ 

କର୍ତ୍ତବ୍ୟ ମଧ୍ୟ ହେଳା ।

ଗରିବ ଲୋକଙ୍କୁ ନିରାଶ କରନ୍ତି ସେ

ବୁଡିଗଲା ତାଙ୍କର ଭେଳା।


ଆବଶ୍ୟକତା ଠାରୁ ଅଧିକ ଋଣ କରି

ସଭିଙ୍କୁ ଗ୍ରାସ କରଛି।

ଲୋଭର ବିଷଟା ଏତେ ମାରାତ୍ମକ

କାହା ଜୀବନ ଯାଉଛି।


ଋଣ ସୁଜି ନପାରି କଲେ ଆତ୍ମହତ୍ୟା

ଋଣ ନଛାଡେ ପିଛା।

ଜମପୁର ବହୁତ ଦଣ୍ଡ ସେ ପାଆନ୍ତି

ମରିବାଟ କଣ ତମ ଇଛା।


ଋଣ କରି ଆମେ ଆମ ହିସାବରେ

ସୁଜିବା ଋଣକୁ ନେଇ ।

ଭାରତ ସରକାରଙ୍କ ବହୁତ ଜୋଜନ

ଲାଭ ନେବା ଆମେ ଭାଇ।


ଋଣ ଦିଆ ନିଆ କରିଲେ ଟାଇମିରେ

ଋଣରୁ ମୁକ୍ତି ଛାଡେ ।

ଋଣ ଆଣି ଭଲ କାମରେ ଲାଗିଲେ

ନଥିବ ଆମକୁ ଭୀଡ।


ଋଣ ପାଇଁ ଆମେ ପରିବାର ଛାଡି

ପରିବାର କୁ କର ପର।

ଋଣ ସୁଜିଥିଲି ଆମ ପରିବାର କୁ

ମିଳେ ସବୁ ପ୍ରକାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍