STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ରହସ୍ୟକୁ ତୋର ପାରୁନି ବୁଝି

ରହସ୍ୟକୁ ତୋର ପାରୁନି ବୁଝି

1 min
209


   ରହସ୍ୟମୟରେ ରହସ୍ୟକୁ ତୋର

      ସହଜେ ପାରୁନି ବୁଝି

      ତୋର ମାୟାରେ ଯାଉଛି ହଜି

  ଗୀତା ଭାଗବତେ ଖୋଜୁ ଖୋଜୁ ତୋତେ

      ତୋର ଭାବରେ ଯାଉଛି ଭିଜି...


      ସମୟ ଚାଲେ ତୋ ଈଶାରାରେ

      କାଳ ତୋ କଳାର ପସରାରେ

       ଆଶା ଭରସାର ବିଶ୍ୱାସରେ

        ରହିଛୁ ସବୁରି ନିଃଶ୍ୱାସରେ

      ଭଜନ ଗୀତକୁ ଫୁଲ ଚନ୍ଦନକୁ

        ତୋ ପାଇଁ କରିଛି ପୁଞ୍ଜିରେ

     ତୋର ରହସ୍ୟ ପାରୁନି ବୁଝିରେ .....


        ଅନୁଭବିର ତୁ ଅନୁଭବ

      ଭାବ ଭକତିରେ ତୋର ଭାବ

       ମହିମା ଭୂମିରୁ ଭୂମା ଯାଏ

       ଶରଧା ଦୟାରୁ କ୍ଷମା ଯାଏ

    ଆଲୁଅରେ ତୋତେ ଦେଖି ହୁଏ ନାହିଁ

       ଉଭା ହେଉ ଦେଲେ ଆଖି ବୁଜି

       ତୋର ରହସ୍ୟ ପାଉନି ଖୋଜି ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍