STORYMIRROR

Gouranga Patel

Others

3  

Gouranga Patel

Others

ରେ କାଳିଆ

ରେ କାଳିଆ

1 min
37


        "ରେ କାଳିଆ"

        * * * * * * * 


ରେ . . . କାଳିଆ . . . କାଳିଆ . . .ରେ . . .


ଶୁଣିଛି ତୋ ନାମେ ଛୋଟ ସମୟ ରୁ

             ତୋ ଲୀଳା ଖେଳା ର ଗାଥା,

ଆସିଅଛି ଧାଇଁ କାହିଁ କେତେ ଦୁରୁ

             ତୁ ଏକା ସାହା ଭରଷା (୧)


ଆଦେଖା ଚରଣେ ସରଣ ପସୁଛି

               ହେବୁଟି ମୋହର ସାହା,

ମିନତୀ ମାତର ନୁହେଁ ଆନ କିଛି

               ହେନା କରିବୁନି ଏକା (୨)


ରେ . . . କାଳିଆ . . . କାଳିଆ . . .ରେ . . .


ଜାଣିବାରେ ମୁତ କାରିନାହିଁ ପୁଣ୍ୟ

              କଳୁଷିତ ମୋ ଜୀବନ,

ତୁମ୍ଭରି ପରସେ ଖୋଲୁ ମୋ ନୟନ,

            ହେଉ ମୋ ନୂଆ ଜନମ (୩)


କୃପା କର ଯେବେ ଆଶ୍ରା ପୂର୍ଣ ହେବ

            ଆନନ୍ଦେ ମୁ ଫେରି ଯିବି ,

ଆହେ ଜଗନ୍ନାଥ ନକର ଅନାଥ,

             ତୁମ୍ଭବିନା ବଞ୍ଚିବିନି (୪)


ରେ . . . କାଳିଆ . . . କାଳିଆ . . .ରେ . . 


ଭାଇ ଭଉଣୀଏ ବିଚାର କରିକି

               କୃପାବାରୀ ସିଞ୍ଚି ଦିଅ,

ଧନ୍ୟ ହେବି ପ୍ରଭୁ ତୁମ୍ଭ ଗୁଣ ଗାଇ

              ଜୀବନ ହେବ ସାର୍ଥକ(୫)


ଆହେ ଜଗନ୍ନାଥ ରଖିଥିବ ଟେକ

             ଭକତ ବତ୍ସଳ ଜଗା,

ବାନା ଉଡୁଥାଉ ହୋଇ ଫରଫର

           ଯୁଗେ ଯୁଗେ ହୁଅ ସାହା (୬)


 ରେ . . . କାଳିଆ . . . କାଳିଆ . . .ରେ . . .





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍