Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

3  

Manas Ranjan Pattanayak

Others

ପୁଷ୍ପବର୍ଷା

ପୁଷ୍ପବର୍ଷା

1 min
83



ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


ବନ୍ଦୀକୋଠରୀକୁ ଆଲୋକିତ କରି ଆସିଲେ ଜଗଦ୍ଦୀଶ୍ବର

କାଳନୀଦ୍ରାଘାରି ଶୋଇଯାଇଥିଲେ ଜଗୁଆଳି ସହଚର


ଝଲ୍‌ସି ଉଠିଲା ସେ ବନ୍ଦୀକୋଠରୀ ଜନମିଲେ ଭାବେଶ୍ବର

ଶୂନ୍ଯବାଣୀ ସେଠି ଶୁଭୁଅଛି ପରା ନିଅ ନିଅ ଗୋପପୁର


ଜନମ ଲଭିଲେ ବ୍ରହ୍ମାଣ୍ଡ ଇଶ୍ବର

ସର୍ବ ଦେବଗଣ ଆନନ୍ଦମୁଖର


ଝଡବର୍ଷା ରାତି ବିଜୁଳି ଆଲୋକେ

ଯାଉଛନ୍ତି ପ୍ରଭୁ ଗୋପ ଅଭିମୁଖେ


କୁଆଁ କୁଆଁ ସ୍ବରେ କାନ୍ଦନ୍ତି ଇଶ୍ବର

ଧନ୍ୟ ହୋଇଗଲା ଯମୁନାର ନୀର


ଗୋଡ ଦୁଇଗୋଟି ଟୋକେଇ ବାହାରେ

କଳାଚାନ୍ଦ ସେଠି ଦିଶେ କି ସୁନ୍ଦରେ


ଅଥଳ ଜଳରେ ବସୁଦେବ ଥାନ୍ତି

ସେହି ଟୋକେଇକୁ ମୁଣ୍ଡେଇ ଅଛନ୍ତି


ପାଦସ୍ପର୍ଶ୍ବ ପାଇଁ ଯମୁନା ଉଛୁଳେ

ଶ୍ରୀଚରଣ ବେନି ଧୋଇଦେବ ଜଳେ


ନାକବୁଡି ପାଣି ଉର୍ଦ୍ଧକୁ ଉଠିଲା

ବସୁଦେବ ଚିନ୍ତେ ଜୀବନ ମୋ ଗଲା


ଯମୁନାର ନୀର ପାଦସ୍ପର୍ଶ୍ବ କଲା

ଶ୍ରୀହରି କରୁଣା କୃପାଲାଭ ହେଲା


ଚାହୁଁ ଚାହୁଁ ଜଳ ଖସିଲା ତଳକୁ

ଏକି ଅଦଭୁତ ଘଟୁଛି ମନକୁ


ଯମୁନା ନଦୀଟି ବାଟ ଛାଡିଦେଲା

ସରଗୁ ଦେଖୁନ ପୁଷ୍ପବର୍ଷା ହେଲା

_______

ସଭାପତି -ବନ୍ଦନା ସାହିତ୍ୟ ସଂସଦ

ପ୍ରତିଷ୍ଠାତା -ମାନସ ରଞ୍ଜନ ଲାଇବ୍ରେରି

++++++

ଏହିଟି ପ୍ରକାଶିତ ହୋଇସାରିଛି ସାହିତ୍ଯ ପତ୍ରିକା ରେ


Rate this content
Log in