STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ପୁଅ ମୋତେ ଛାଡି ଦେଇ ବୃଦ୍ଧଘରେ

ପୁଅ ମୋତେ ଛାଡି ଦେଇ ବୃଦ୍ଧଘରେ

1 min
125


ପିଲା ବୟସ ରେ ବାପାଙ୍କ ସାଥିରେ

 ଆସୁଥିଲି ମୁଁ ସ୍କୁଲ।

ପିଲା ଥିଲୁ ଯିବେ ତୋର ହାତ ଧରି

 ନେଇଥିଲେ ତୋତେ ସ୍କୁଲ।


ଛୋଟ ଥିଲା ବାଟ ଚଲାଇଥିଲି ମୁଁ

 କେମିତି ତୁ ଗଲୁ ଭୁଲି।

ପାଠ ବଡ ମଣିଷ ହେବ ବୋଲି ତୁ

 ତୋତେ ପରା କହିଥିଲି।


ପିଲାଟି ଦିନରୁ ମୁଁ ଦେଇଥିଲି ସ୍ନେହ 

 ଭୁଲି ଗଲୁ କିରେ ସବୁ।

ପାଠ ପଢି ଦେଶର ନାଆ ରଖୁବୁ 

 ଦିନ ରାତି ଭାବେ ସବୁ।


ବଡ ଅଫିସର ହେଲୁ ଚାକିର କରିଲୁ

 ବାପା ମାଆ ଭୁଲି ଗଲୁ ।

ହାତକୁ ଦିହାତ କରିକି ବାହାଘର 

 ତୋର ଆମେ କରିଥିଲୁ।


ପିତାମାତା ଆମେ ଆନନ୍ଦ ହେଲୁ

 ସଫଳ ହେଲା ଜୀବନ।

ଭାବିଥିଲେ ପରିବାର ହସ ଖୁସିରେ

 ଯିବ କିଛି ଆମ ଦିନ।


ବାପା ତୋର ଦିନେ ବୃଦ୍ଧ ହୋଇଗଲା

 ବୁଢା ବୟସ ଆମର।

ବୁଢା ହେଲି ବୋଲି କେମିତି ଭୁଲିଲୁ

 ପିଲା ଦିନ ସବୁ ତୋର।


ମନେ ତୋ ମୋତେ ଅଣ ଦେଖା ଶୁଣା

 ବହୁତ ମୋତେ କରିଲୁ।

ଭାରିଜା କଥାରେ ଭାବିଲୁ ତୁ ଦିନେ

 ଘରୁ ବାହାର କରିଲୁ।


ଏମିତି କେମିତି ବଦଳି ଯେ ଗଲୁ

 କେମିତି ହେଲୁ ନିଷ୍ଠୁର

ବୁଝାଇ ସୁଝାଇ ବିଦ୍ୟାଳୟ ଛାଡିଥିଲୁ

 ଛାଡି ଦେଲୁ ବୃଦ୍ଧଘର।


ଅବେହେଳା ତୋତେ କେବେ କରିନି

 ପୁଅ ହୋଇ ବଦଳିଲୁ

ପିତାମାତା ଋଣ ସୁଜି ପାରିଲୁନି ତୁ 

 ବୁଦ୍ଧ ଘରେ ଛାଡି ଦେଲୁ।।

 

ବୃଦ୍ଧ ପିତାମାତା ର ଚିକିତ୍ସା ନକରି 

ସେବା ଆମର ନକଲୁ।

ବଦଳି ଗଲା ଦୁନିଆ ବଦଳିଲା ପୁଅ

ଘରୁ ବାହାର କରିଦେଲ।



Rate this content
Log in