STORYMIRROR

Prakash Ranjan Parida

Others

2  

Prakash Ranjan Parida

Others

ପଥହୁଡ଼ା

ପଥହୁଡ଼ା

1 min
13.5K


ଫେରିବା ବେଳେ କିଏ ଜାଣିଥିଲା,

ହାତ ମୁଠି ଭିତରେ,

ମୁଠାଏ ଅଲଣା ପବନ ଛଡା ଆଉ କିଛି ହିଁ ନଥିବ ,

ଧଇଁରେ ପେଲି ହେଉଥିବା ଛାତି,

ଆପଣା ଜନ୍ମ ମାଟିର ଛାତି ଛୁଁଛୁଁ ଫିଟି ପଡିବ,

ଫାଟି ଯାଇଥିବା ମନର ମରମ କଥା ।


ଆହା ଚୁଚୁ ରେ ଆହୁରି ବେଶୀ,

ରକ୍ତାକ୍ତ ହୋଇଯାଉଥିବ ପିଣ୍ଡ ଆଉ ପ୍ରାଣ,

ଯାବତ୍ ଦୁଃଖର ଅଭିଧାନ ଖୋଲୁ ଖୋଲୁ,

ଆକ୍ତାମାକ୍ତା ହେଉଥିବ ଆଖି,

ନଈ ଟିଏ ହୋଇ ବହିଯିବାର ଗୁମର ଇଛାରେ,

ବାଟବଣା ହେଉଥିବ ଲୁହ,

ଖୁବ୍ ବେଶୀରେ ଛୁଁ ଥିବ ଗାଲ ଅବା ଓଠ ।


କ’ଣ ବା ବାକି ରହିଲା ଆଉ,

ବହିଗଲା ପାଣି ପରି ସମୟ ବି ହଜିଗଲା,

ହଜିଗଲା ବନ୍ଧଲଗା ଦୂଆର ପାଇଁ,

କବାଟ ଗଢ଼ିବାର ସ୍ୱପ୍ନ ,ଆଁ ଆଖିରେ ଛାହିଁଥିବା କାନ୍ଥପାଇଁ,

କାଦୁଅ, ଗୋବରର ପଲସ୍ତରା,

ସବୁକିଛି ରହିଗଲା ଅଧା ।


ପୁଳାଏ ସ୍ୱପ୍ନ ସାଉଁଟିବାକୁ ଯାଇଥିବା ପାଦ,

ନିଜେ ହିଁ କବର ନେଲା,

ସ୍ୱପ୍ନର ଧ୍ୱଂଶ ସ୍ତୁପପରେ,

ହତାଶର ଅଦେଖା ନିଆଁରେ,

ପୋଡିଗଲା ରକ୍ତ, ମାଂସ, କଲିଜା,

ବାକି ଯାହା ରହିଗଲା ପାଣିଫଟା ଜୀବନଟାଏ ।


କିଏ ଜାଣିଥିଲା

ଘାସ ମଂଜି ବୁଣା ଯିବା ପରେପରେ

ବନ୍ଧ୍ୟା ପାଲଟିବ ମାଟି,

ଅସରାଏ ବର୍ଷାକୁ ଅପେକ୍ଷା କରି କରି ମାଟିରେ ମିଳେଇ ଯିବ

ନବଜାତକର କଅଁଳ ସ୍ୱପ୍ନ ।।

...

Email:litp.ranjan@gmail.com


Rate this content
Log in