STORYMIRROR

Gouranga Patel

Others

3  

Gouranga Patel

Others

ପ୍ରଶ୍ନ

ପ୍ରଶ୍ନ

1 min
11.4K

ବିଗତ ଅଗଣିତ ଦଶନ୍ଧି

ସମଗ୍ର ବିଶ୍ୱ ଭିନ୍ନ ଭିନ୍ନ ସୂତ୍ରରେ ବାନ୍ଧିହୋଇ 

ବିଶ୍ୱ ଭାତୃତ୍ବର ଦ୍ୱାହି ସହ

ଉନ୍ନତି ମାର୍ଗରେ ଆଗେଇ ଯିବା ଆଶାରେ

ଉତ୍ତରୋତ୍ତର ପ୍ରଚେଷ୍ଟା କରୁ କରୁ

ସଜଡ଼ା ସଂସାର ରେ ଭିନ୍ନ ଭିନ୍ନ ରାଷ୍ଟ୍ର 

ଅନବରତ ଆପ୍ରାଣ ଚେଷ୍ଟା ରେ ଜୁଟିଲେ   

ନିଜ ଦେଶକୁ ମହିମାନ୍ନିତ କରିବାର ଉଚ୍ଚାକାଂକ୍ଷା ସକାଶେ

ସ୍ବମତ୍ତରେ ଜ୍ଞାନ ବିଜ୍ଞାନ ର ସମ୍ୱନ୍ଧ ଯୋଡି

ଜିଜ୍ଞାସା ଭୋକରେ ନାନା ଆବିସ୍କାର ଓ ଉଦ୍ଭାବନ କରି

ସ୍ୱଚ୍ଛଳତା, ନଭଶ୍ଚୁମ୍ବି ଆୟତନ, ଭୋଗ ବିଳାସ, 

ଅମାପ ସୁଖ ସମୃଦ୍ଧି ର ମିନାର ଗଢୁ ଗଢୁ

ହାର ଜିତ ର ଖେଳରେ

"ମୁଁ" ଉଦଘୋଷିତ ହେବାର ଲାଲସା

ଭଲ କରୁ କରୁ ଏମିତି ଭେଲ ହେଲାଯେ

ମଣିଷ, ମଣିଷର ବିନାଶ ପାଇଁ 

ଉପାୟ ପାଞ୍ଚିଲା, କରୋନା ର ହେଲା ଆବିର୍ଭାବ 

ବ୍ୟାପିଲା . . . ସେ ଦେଶରୁ, ଅସଂଖ୍ୟ ଦେଶକୁ


ଭୁକ୍ତଭୋଗୀ ଭାରତ

ଗୁଡ଼ାଏ କାଇଦା କାନୁନ ମାନି ଚାଲିବା ସତ୍ୱେ

ଥମିଯାଇଥିବା ଗତି ଓ ପ୍ରଗତି

ଯେତେବେଳେ ଖୋଲା ଆଙ୍ଗନ ରେ

ଚଳ ପ୍ରଚଳ ଆବୋରି ନେବ

ଜନ୍ମ ନିଏ ଅନେକ ପ୍ରଶ୍ନ !

ଅଥୟ ମନ 

ଭାବନା ଜଳଧି ଜୁଆର ରେ ପଇଡ ଟିଏ ପରି

ଉବୁ ଟୁବୁ ହୋଇ ଅଜାଡି ହୁଏ ସିକ୍ତ ବାଲି ପଠାରେ

ସହସ୍ର ଶାମୁକା ଆଉ ଖୋଳ୍ପା ମାନଙ୍କ ସହ

ତଥାପି ନିଆରା ବିଶ୍ୱାସ

ପ୍ରକୃତି . . . "ଧରିତ୍ରୀ ମା"

ସମାହିତ କରିନେବ ତା ଉପରେ ସାଧିଥିବା 

ଅକଥନୀୟ ଅତ୍ୟାଚାର ସବୁକୁ

ମମତାମୟୀ ଉର୍ବୀ କ୍ଷମା ଗୁଣେ

ମାଫ କରିଦେବ

ଏବଂ, ପୁଣି ଚଳ ଚଞ୍ଚଳ ହୋଇ ଉଠିବ ଏ ଧରାପୃଷ୍ଟ

ବୋଧହୁଏ, ଏବେ ମଣିଷ ସମାଜ

ପୂର୍ବାପେକ୍ଷା ଅନେକ ସୁଧୁରିଯାଇଥିବ




Rate this content
Log in