ପ୍ରଣୟର ଅନୁରାଗେ
ପ୍ରଣୟର ଅନୁରାଗେ
1 min
180
କେଉଁ ଫୁଲ ସଙ୍ଗେ ତୁଳନା କରିବି
ଆଲେ ମୋ ଫୁଲେଇ ରାଧା ।
ଫୁଲ ଜାତି ଜାତି ଗଣିକା ପ୍ରଜାତି
ମୋ ମନ ଦେଉଛି ବାଧା ।।
ଫୁଲ ପରି ତୋର ରୂପ ଟି ସୁନ୍ଦର
ମଧୁଝରା ମଧୁଝରା ।
ମଧୁମକ୍ଷିକା ତ ଚୁମନ୍ତି ଫୁଲକୁ
ହେଇ କେତେ ଆତ୍ମହରା ।।
ହେଲେ ତୁଯେ ମୋର ଏକା ଆପଣାର
ପୀରତିର ଲଗନରେ ।
ନିଜକୁ ସେମିତି ସମର୍ପି ଦେଇଛୁ
ମୋ ପାଇଁକି ତୋ ମନରେ ।।
ସ୍ବର୍ଣ୍ଣ ଚମ୍ପା ଏକା ଉଚିଷ୍ଠ ନହୋଇ
ଦେବ ମସ୍ତକରେ ଲାଗେ ।
ହେଲେ ହେବୁ ଯଦି ଚମ୍ପାବତୀ ମୋର
ପ୍ରଣୟର ଅନୁରାଗେ ।।
