ପ୍ରିୟା ତୁ ଆସିବୁ ବୋଲି
ପ୍ରିୟା ତୁ ଆସିବୁ ବୋଲି
1 min
13.3K
ଆସିବାର କହି ଆସିଲୁନି କାହିଁ,
କେଉଁ ଆଡ଼େ ଗଲୁ ଚାଲି,
ରାତି ସାରା ତୋର ବାଟ ଚାହିଁଥିଲି,
ଆଖିର ନିଦକୁ ଭୂଲି ।।
ତୋ ଆସିବା ଜାଣି ଜହ୍ନ ଆଣିଥିଲା,
ପୁଳାଏ ଜୋଛନା ତୋଳି,
ପବନଵି ସାଥେ ଆଣି ଆସିଥିଲା,
ମୁଠେ ଚୋରା ଚଇତାଳି,
ରଜନୀଗନ୍ଧାରେ ଶେଯ ପାରିଥିଲି,
ପ୍ରିୟା ତୁ ଆସିବୁ ଵୋଲି,
ଆସିବାର ଥିଲା....... ।।
ତେର ନଈ ସାତ ଦରିଆ ସେପାରେ,
ଶଙ୍ଖ ଶାମୁକାର ଦ୍ବୀପ,
ଆଣି ଆସିଥିଲି ଢେଉ ସାଥେ ଲଢ଼ି,
ଆଇନା କୁହୁକ ଶିପ,
ହୋଇ ସ୍ୱାର୍ଥପର କରି ସାତପର,
ଠକି ଦେଇ ଗଲୁ ଚାଲି,
ଆସିବାର କହି ....... ।।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
୯୮୫୩୩୫୪୯୩୮
