STORYMIRROR

kamal kumar dash

Others

3  

kamal kumar dash

Others

ପ୍ରୀତିର କବିତାଟିଏ

ପ୍ରୀତିର କବିତାଟିଏ

1 min
107


ତୁମରି ପ୍ରୀତିରେ  ପ୍ରେମିକ ଟିଏ ମୁଁ 

   ସ୍ୱପ୍ନରେ ନାୟିକା ଟିଏ 

ତୁମ କବିତାରେ   ପଦ ଟିଏ ହୋଇ 

   ରହିବାକୁ ଭଲ ପାଏ ।


ତୁମ ଡାଇରୀର  ଶୁଖିଲା ଫୁଲ ମୁଁ 

   ସୃତି ଭିଜା ଫଟ ଟିଏ 

ପ୍ରଥମ ପ୍ରେମର   ପୁଲକରେ ଭରା 

  ଗୋଲାପୀ ଲଫାପା ଟିଏ ।


ବୁଝିକି ପାରିଲ   ପ୍ରିୟ ସାଥି ମୋର 

    କହିଲା ମୁଁ ତୁମ କିଏ 

ମୁଁ ପରା ତୁମର  ଆତି ଆପଣାର 

     ପ୍ରୀତିର କବିତା ଟିଏ ।


Rate this content
Log in